ବିଶ୍ୱର କ୍ଷୁଦ୍ରତ୍ତମ କାରାଗାର

ବିଶ୍ୱର କ୍ଷୁଦ୍ରତ୍ତମ କାରାଗାର

ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ଆସିଥାଏ ମନକୁ। ଭାରତର ଏହି ୨ଟି ଜେଲରେ ରହୁଛନ୍ତି ସର୍ବାଧିକ ସଂଖ୍ୟାରେ କଏଦୀ । ତିହାର ଜେଲରେ ୧୪ ହଜାରରୁ ଅଧିକ କଏଦୀ ରହୁଥିବା ବେଳେ ୟେରୱାଡ଼ା ଜେଲରେ ରହୁଛନ୍ତି ୭ ହଜାରରୁ ଅଧିକ କଏଦୀ । ତେବେ ଏଥିମଧ୍ୟରେ ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନ୍ର ସାର୍କ ଦ୍ୱୀପରେ ରହିଥିବା ଜଣାପଡିଛି। ଏହି ଜେଲରେ ମାତ୍ର ୨ ଜଣ କଏଦୀଙ୍କ ରହିବା ପାଇଁ ସ୍ଥାନ ଥିବାବେଳେ ଏହା ୧୬୮ ବର୍ଷ ପୂର୍ବେ ହୋଇଥିଲା ନିର୍ମିତ। ବ୍ରିଟିଶ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଂଲିଶ ଚ୍ୟାନେଲର ସାର୍କ ଦ୍ୱୀପରେ ଥିବା ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର। ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ ରହିପାରିବେ କେବଳ ୨ ଜଣ କଏଦୀ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜେଲରେ ହୋଇନାହିଁ କୌଣସି ବିଶେଷ ପରିବର୍ତ୍ତନ । ତେବେ କିଛିମାତ୍ରାରେ ବଦଳିଛି ଏହି ଜେଲ ଭିତରର ଦୃଶ୍ୟ । ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି। ଉଭୟ କୋଠରିରେ କଏଦୀଙ୍କ ଲାଗି ରହିଛି ପତଳା କାଠ ଶଯ୍ୟା।ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି। ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହଁି, ତେଣୁ ସମ୍ପ୍ରତି ଏଠାରେ ରହିଛନ୍ତି  କେବଳ ୨ ଜଣ ପୋଲିସ କର୍ମଚାରୀ।