ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ
ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ସର୍ବୋଚ୍ଚଅଦାଲତ।ବୁଲଡୋଜର ପଦକ୍ଷେପ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି ଯେ ,କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଉପରେ ବୁଲଜୋଡର ଚଢ଼ାଇବା ଆଦୌ ଗ୍ରହଣୀୟ ନୁହେଁ । ଏଭଳି କାର୍ଯ୍ୟରେ ସରକାରୀ କ୍ଷମତାର ଦୁରୂପଯୋଗ କରାଯିବା ଉଚିତ ନୁହେଁ । ଏହି ଅବସରରେ ଜଷ୍ଟିସ ଗଭଇ ଏକ କବିତାକୁ ଉଦ୍ଧୃତ କରି କହିଛନ୍ତି ଯେ ,ସମସ୍ତଙ୍କ ପାଇଁ ଘର ହେଉଛି ସ୍ୱପ୍ନ । ଯାହା କେବେ କେହି ଭାଙ୍ଗିପାରିବେ ନାହିଁ । ବିଚାରପତି ଆହୁରି କହିଛନ୍ତି ଯେ, ଅପରାଧୀର ଦଣ୍ଡ ଘର ଭାଙ୍ଗିବା ନୁହେଁ । କେବେ କାହାକୁ ଦିଆଯାଇନାହିଁ ମନଇଚ୍ଛା କ୍ଷମତାର ଦୁରୂପୋଯୋଗ କରିବାର ଅନୁମତି। ଯଦି କାର୍ଯ୍ୟନିର୍ବାହୀ ମନଇଚ୍ଛା ବ୍ୟକ୍ତିର ସମ୍ପତ୍ତିକୁ କେବଳ ସେହି ଆଧାରରେ ଭାଙ୍ଗିଦିଏ ,ତେବେ ସେହି ବ୍ୟକ୍ତି ମଧ୍ଯ ଅପରାଧରେ ହୁଏ ଦୋଷୀ ସାବ୍ୟସ୍ତ , ଏହା କ୍ଷମତା ପୃଥକତାର ଉଲ୍ଲଂଘନ ଅଟେ। ସରକାରୀ କର୍ମଚାରୀ ଯେଉଁମାନେ ଆଇନକୁ ନିଜ ହାତକୁ ନିଅନ୍ତି ସେମାନଙ୍କ ଉଚ୍ଚତା ପାଇଁ ଉତ୍ତରଦାୟୀ ହେବା ଜରୁରୀ । ତେଣୁ ଏହା ବେଆଇନ ଅଟେ ବୋଲି କହିଛନ୍ତି ଜଷ୍ଟିସ ବି.ଆର ଗଭଇ।
What's Your Reaction?