ବ୍ରିଜ୍ ଉପରେ ପ୍ରବାହିତ ହେଉଛି ଚାରି ଫୁଟ ଉଚ୍ଚର ପାଣି
ମାଲକାନିଗରି ଜିଲ୍ଲା ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ ର କାଙ୍ଗୁରୁକୋଣ୍ଡା ଏବଂ ପୋଟେରୁ ବ୍ରିଜ୍ ଉପରେ ପ୍ରବାହିତ ହେଉଛି ଚାରି ଫୁଟ ଉଚ୍ଚର ପାଣି । ଫଳରେ ରାସ୍ତାର ଦୁଇ ପଟେ ଅଟକି ରହିଛି ଶତାଧିକ ଗାଡି। ଗତ ଏକ ମାସ ମଧ୍ୟରେ ଏହି ବ୍ରିଜ୍ ଉପରେ ଚାରି ଥର ପ୍ରବାହିତ ହେଲାଣି ପାଣି । ଫଳରେ ମାଲକାନଗିରି ମୋଟୁ , ଆନ୍ଧ୍ର ଏବଂ ତେଲେଙ୍ଗାନାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଗତ କିଛି ଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି ଜୀବନଯାତ୍ରା ।
What's Your Reaction?