ଭୋଟ୍ ଦେଉଛି ହରିଆଣା
ଆଜି ହରିଆଣା ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ହୋଇଛି ୨୦, ୬୩୨ଟି ବୁଥ୍ । ୯୦ ବିଧାନସଭା ଆସନରେ ନିଜର ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ ୨ କୋଟି ଭୋଟର। ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ।ମଦଦାନ ବେଳେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ, ଏଥିଲାଗି ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡ଼ି । ସୁରକ୍ଷା ଦାୟିତ୍ବରେ ରହିଛନ୍ତି, ୩୦ହଜାର ପୋଲିସ ଫୋର୍ସ ଓ ୨୨୫ ପାରାମିଲିଟାରୀ ଫୋର୍ସ ।
What's Your Reaction?