ମରଣ ମୁହଁରୁ ବଞ୍ଚିଗଲେ ଟ୍ରମ୍ପ !

Apr 26, 2026 - 12:31
 0  0
ମରଣ ମୁହଁରୁ ବଞ୍ଚିଗଲେ ଟ୍ରମ୍ପ !

ବିପଦରେ ଟ୍ରମ୍ପଙ୍କ ଜୀବନ  । ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ରଚାଯାଉଛି କି ବଡ ଷଡଯନ୍ତ୍ର! ୱାଶିଂଟନର ଏକ ହୋଟେଲରେ ଅତର୍କିତ ଗୁଳିମାଡ଼। ଟ୍ରମ୍ପ ରାତ୍ରୀଭୋଜନରେ ଯୋଗ ଦେବାକୁ ଯାଉଥିଲେ, ସେହି ସମୟରେ ବଲ୍ ରୁମ୍ ଉପରେ ସିଧା ଏକ କୋଠରୀରେ ଗୁଳିକାଣ୍ଡ ଘଟିଥିଲା। ଶବ୍ଦ ଶୁଣି ସିକ୍ରେଟ ସର୍ଭିସର କର୍ମଚାରୀମାନେ ତୁରନ୍ତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଘେରିଯାଇ ତାଙ୍କୁ ସୁରକ୍ଷିତ ଭାବରେ ମଞ୍ଚରୁ ବାହାର କରିଦେଇଥିଲେ। ଏହି ଗୁଳିମାଡ଼ରେ ଥରିଉଠିଲା ଆମେରିକାର ଛାତି। ହାଇପ୍ରୋଫାଇଲ କାର୍ୟ୍ୟକ୍ରମ ଉପରକୁ ଆତତାୟୀଙ୍କ ଲକ୍ଷ। ହିଲଟନ୍ ହୋଟେଲରେ ଆୟୋଜିତ ହ୍ୱାଇଟ୍ ହାଉସ୍ ସାମ୍ବାଦିକ ସମ୍ମିଳନୀ ରାତ୍ରୀ ଭୋଜନ ସମୟରେ ଏଭଳି ଘଟଣା ଘଟିଛି। ସବୁଠୁ ବଡ଼ କଥା ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ଥିଲା। ଏହି ଆକ୍ରମଣ ପରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।
ଆମେରିକାର ସିକ୍ରେଟ ସର୍ଭିସର ବିବୃତ୍ତିରେ କୁହାଯାଇଛି ଯେ ଟ୍ରମ୍ପ୍ ସହିତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କାର୍ୟ୍ୟକ୍ରମରେ ଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ, ମେଲାନିଆ ଟ୍ରମ୍ପ ଏବଂ ସମଗ୍ର କ୍ୟାବିନେଟକୁ ଖାଲି କରାଯାଇଥିଲା ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ତେବେ ଏହାକୁ ନେଇ ଅନେକ ପ୍ରଶ୍ନ । ପୂର୍ବରୁ ବି ହୋଇ ସାରିଛି ଆକ୍ରମଣ । ଆଉ ଏବେ ପୁଣି ଆକ୍ରମଣ । ଯାହାକୁ ନେଇ ନାନା ଚର୍ଚ୍ଚା ଏବଂ ଆଲୋଚନା ।

What's Your Reaction?

like

dislike

love

funny

angry

sad

wow