ମହାକାଶରୁ ଫେରିବେ ସୁନିତା ୱିଲିଅମ୍ସ
ଆସନ୍ତା ବର୍ଷ ତଥା ୨୦୨୫ ଫେବ୍ରୁଆରୀ ମାସରେ ମହାକାଶରୁ ଭୂପୃଷ୍ଠକୁ ଫେରିବେ ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ବ୍ଲିମୋର। ଏନେଇ ସୂଚନା ଦେଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ସ୍ପେସ୍ ଏକ୍ସର ସ୍ୱତନ୍ତ୍ର କ୍ରୁ କ୍ୟାପସୁଲ ଜରିଆରେ ସେମାନେ ପୃଥିବୀକୁ ଫେରିବେ ବୋଲି ମିଳିଛି ସୂଚନା।ଚଳିତ ବର୍ଷ ଜୁଲାଇ ୫ ତାରିଖରେ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ ସୁନିତା ଓ ତାଙ୍କ ସହଯୋଗୀ। ମାତ୍ର ତାଙ୍କ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ମହାକାଶରେ ହୋଇ ଯାଇଥିଲା ନଷ୍ଟ। ସେବେଠାରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି ଉଭୟ ମହାକାଶଚାରୀ।
What's Your Reaction?