ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୌଣସି ଚାଷୀର ଟୋକେନ ଯିବନି ବୃଥା । କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବାକୁ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ଧାନ କିଣୁଛନ୍ତି ବୋଲି ବିଧାନସଭାରେ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ,କେବେ ଵି କୁହାଯାଇନଥିଲା ୮୦୦ ଟଙ୍କା ଇନପୁଟ ସବସିଡି କଥା । ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ କିଣା ଯାଇଛି ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ। କୁଇଣ୍ଟାଲ ୩୧୦୦ ଟଙ୍କା ହିସାବରେ ଚାଷୀଙ୍କୁ ଦିଆ ଯାଇଛି ୧୮ ହଜାର ୫୮୬ କୋଟି ଟଙ୍କା । ବିଜେଡି ସରକାର ଅମଳରେ ୨୦୨୩-୨୦୨୪ ରେ ୫ ଲକ୍ଷ ଚାଷୀ ପଞ୍ଜୀକୃତ କରି ମଧ୍ୟ କିଣି ପାରି ନଥିଲେ ଏତେ ମାତ୍ରାର ଧାନ। ଏବେ ସବୁ ଚାଷୀଙ୍କ ଠାରୁ କିଣା ଯାଉଛି ଧାନ। ସରକାରଙ୍କୁ କେବଳ ବଦନାମ କରିବାକୁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
What's Your Reaction?