ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ

ଆର୍ଆଣ୍ଡ୍ବି ବିଭାଗରର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସଂପର୍କୀୟଙ୍କ ଘରେ ଚାଲିଛି ଚଢାଉ ।ଚଢାଉ ସମୟରେ ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ହାର, ରୂପା ବାସନ ଓ ସୁନାର ଠାକୁର ମୂର୍ତ୍ତି ଏବଂ ନଗଦ ଟଙ୍କା ହୋଇଛି ଜବତ । ଏଥିସହ ସାମ୍ନାକୁ ଆସିଛି ମର୍ସିଡିଜ କାର ,ଯାହାକୁ ଦେଖି ତାଜୁବ୍ ହୋଇଯାଇଛି ଭିଜିଲାନ୍ସ। ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ହୋଇଥିଲା ଅଭିଯୋଗ । ଏହାପରେ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢାଉ କରିଛି ଭିଜିଲାନ୍ସ ।
What's Your Reaction?






