ଯାଜପୁରରେ କାରକୁ ପଛରୁ ପିଟିଲା ଟ୍ରକ୍, ଜଣେ ମୃତ; ୨ ଗୁରୁତର
ଯାଜପୁର ପାଣିକୋଇଲି ଥାନା ସଠିପୁର ପଥପ୍ରାନ୍ତ ଛକ ନିକଟରେ ରାସ୍ତାକଡ଼ରେ ପମ୍ପଚର କାର ମରାମତି କରୁଥିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଛି ।
ଦୁର୍ଘଟଣାରେ କାରରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ। ପରେ ଜଣେ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କ ଚିକିତ୍ସା ଜାରି ରହିଛି ।
ଯାଜପୁର ପାଣିକୋଇଲି ଥାନା ସଠିପୁର ପଥପ୍ରାନ୍ତ ଛକ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ମରାମତି ପାଇଁ ଅଟକିଥିବା ଏକ କାରକୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଭଦ୍ରକରୁ ଏକ ୱାଗନର କାର ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସଠିପୁର ପଥପ୍ରାନ୍ତ ଛକ ନିକଟରେ କାରଟି ପମ୍ପଚର ହୋଇଯିବାରୁ ଚାଳକ ଗାଡ଼ିକୁ ରାସ୍ତାକଡ଼ରେ ରଖି ମରାମତି କରୁଥିଲେ। ଏହି ସମୟରେ ହଠାତ୍ ପଛପଟୁ ଆସୁଥିବା ଏକ ଟ୍ରକ୍ କାରକୁ ଧକ୍କା ଦେଇଥିଲା ।
ଟ୍ରକ୍ ଧକ୍କାରେ କାରରେ ଥିବା ଚାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଜଣେ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧକ୍କା ଦେଇଥିବା ଟ୍ରକ୍କୁ ଜବତ କରିଛି। ଏଥିସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି ।
What's Your Reaction?