ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, ହାସପାତାଳରେ ଭର୍ତ୍ତି ହେଲେ ଅନେକ ବିଜେଡି କର୍ମୀ
The death of the Fakir Mohan College student has sparked widespread protests across the state. A confrontation has erupted between the ruling party and the opposition. During BJD's attempt to gherao the Lok Seva Bhawan, a tense face-off occurred between the police and BJD at Lawyer PMG. The police resorted to water cannons and tear gas on BJD workers. Reports confirm that Pranab Prakash Das, Prithiranjan Ghadei, and Sulochana Deo were injured in the tear gas attack. Some protesters were forcefully detained by the police. The protesters are demanding that the state government provide not ₹20 lakh but ₹2 crore in compensation to the deceased student’s family. They also demand the resignation of Higher Education Minister Suraj Suryavanshi and Chief Minister Mohan Majhi. Additionally, BJD has called for a judicial inquiry into the incident and urged the government to apologize on the streets by kneeling and admitting its mistake.

ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି । ବିଜେଡିର ଲୋକସେଭା ଭବନ ଘେରାଉ ଉଦ୍ୟମ ବେଳେ ଲୋୟର ପିଏମଜିରେ ପୁଲିସ୍- ବିଜେଡି ମଧ୍ଯରେ ଉପୁଜିଛି ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀଙ୍କ ଉପରକୁ ପାଣି ମାଡ ସହ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି ପୁଲିସ୍ । ଏହି ଲୁହାବୁହା ଗ୍ୟାସ୍ ମାଡରେ ପ୍ରଣବପ୍ରକାଶ ଦାସ , ପ୍ରୀତିରଞ୍ଜନ ଘଡେଇ ଏବଂ ସୁଲତା ଦେଓ ଆହତ ହୋଇଥିବା ମିଳିଛି ସୂଚନା । କିଛି ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି ପୁଲିସ । ଆନ୍ଦୋଳନକାରୀଙ୍କ ଦାବି ରହିଛି କି ମୃତ ଛାତ୍ରୀଙ୍କ ପରିବାରକୁ ୨୦ ଲକ୍ଷ ନୁହେଁ ବରଂ ୨ କୋଟି ଟଙ୍କା ସହାୟତା ପ୍ରଦାନ କରନ୍ତୁ ରାଜ୍ୟ ସରକାର । ଏହାସହ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଅନ୍ତୁ ଇସ୍ତଫା । ଘଟଣାର ବିଚାରବିଭାଗୀୟ ତଦନ୍ତ ହେବା ସହ ସରକାର ରାଜରାସ୍ତାରେ ଆଣ୍ଠୁମାଡ଼ି ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡ଼ି ।
What's Your Reaction?






