ରାଉରକେଲା ବିଜେପିରେ ଗୋଷ୍ଠୀକନ୍ଦଳ! ବନ୍ଧୁକ ଜବତ ପରେ ବଢ଼ିଲା ରାଜନୈତିକ ଝଡ଼
ରାଉରକେଲା ସର୍କିଟ ହାଉସ ରୁ ବନ୍ଧୁକ ଜବତ ଘଟଣା ଧୀରେ ଧୀରେ ନୂଆ ମୋଡ ନେବା ରେ ଲାଗିଛି । ବିହାର ରୁ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶଓାନ୍ ଗିରଫ ହୋଇ ରାଉରକେଲା କୁ ଅଣାଗାଲଣି । ହେଲେ ସମୟ ଯେତେ ବିତୁଛି ରାଜନୀତି ସେତିକି ହଟଚମଟ ସୃଷ୍ଟି କରୁଛି ।
ରାଉରକେଲା ସର୍କିଟ ହାଉସ ରୁ ବନ୍ଧୁକ ଜବତ ଘଟଣା ଧୀରେ ଧୀରେ ନୂଆ ମୋଡ ନେବା ରେ ଲାଗିଛି । ବିହାର ରୁ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶଓାନ୍ ଗିରଫ ହୋଇ ରାଉରକେଲା କୁ ଅଣାଗାଲଣି । ହେଲେ ସମୟ ଯେତେ ବିତୁଛି ରାଜନୀତି ସେତିକି ହଟଚମଟ ସୃଷ୍ଟି କରୁଛି । ପ୍ରକାଶ ପାଶଓାନ ଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଙ୍କୁ ରାଉରକେଲା ପ୍ରତିନିଧି । ଆଉ ସୋସିଆଲ ମିଡିଆ ରୁ ଆରମ୍ଭ କରି ସବୁଠାରେ ବର୍ତମାନ ଦଳୀୟ ନେତା ହିଁ ଜୁଏଲ ଙ୍କ ବିରୁଦ୍ଧ ରେ ବୟାନବାଜ ଆରମ୍ଭ କରିଦେଇଛନ୍ତି । ସେ ଜୁଏଲ ଙ୍କ ଜିଲ୍ଲା ପ୍ରତିନିଧି ଖୁସବୁ ହୁଅନ୍ତୁ କି ରାଉରକେଲା ପ୍ରତିନିଧି ପ୍ରକାଶ ସବୁଠାରେ ବର୍ତମାନ ଗୋଟିଏ କଥା ଜୁଏଲ ହଟାଓ ସୁନ୍ଦରଗଡ ବଚାଓ । ଗତକାଲି ଏନେଇ ସୁନ୍ଦରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ଅଫିସ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଜୁଏଲ ଙ୍କ ବିରୁଦ୍ଧ ରେ ଷଡଯନ୍ତ୍ର କରୁଥିବା ଘୋଷ୍ଠୀ ଙ୍କୁ ଆଦୌ ରୁ ଛଡାଯିବ ନାହିଁ ବୋଲି କହୁଛନ୍ତି ଦଳ ର ରାଉରକେଲା ପ୍ରଡ଼ାରୀ । ଏହାରି ଭିତରେ ବିଜେପି ର ବରିଷ୍ଠ ନେତା ତଥା ରାଉରକେଲା ପ୍ରଭାରୀ ବଟ କିଶୋର ମିଶ୍ର ଆଜି କ୍ୟାମେରା ସମ୍ମୁଖ କୁ ଆସି ଖୋଲି ଦେଇଛନ୍ତି ସବୁ ଗୁମର । କହିଛନ୍ତି ରାଉରକେଲା ରେ ଦଳ ଭିତରେ ଚାଲିଛି ଗୋଷ୍ଠୀକନ୍ଦଳ । କିଛି କୁଚକ୍୍ରୀ ଗୋଷ୍ଠୀ ଏବେ ଦଳ ଭିତରେ ରହି ଦଳ କୁ ବଦାନାମ କରିବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ଜୁଏଲ ଓରାମ୍ କୁ ବିରୋଧ କରୁନାହାନ୍ତି କିନତୁ ଦଳ ଭିତରେ ରହି ଏହି କୁଚକ୍ରୀ ଗୋଷ୍ଠୀ ଦଳ କୁ ବଦନାମ କରୁଛନ୍ତି । କେବଳ ସେତିକି ନୁହେଁ ଦଳ ରେ ରହି ଦଳ ର ନେତା ଜୁଏଲ ଓରାମ୍ ଙ୍କ ବିରୁଦ୍ଧ ରେ କରୁଛନ୍ତି ରାଜନୈତିକ ଷଡଯନ୍ତ୍ର । ଏହାକୁ ବରଦାସ୍ତ କରାଯିବ ନାହିଁ । ଏହା ବିରୁଦ୍ଧ ରେ ଦଳ ତରଫ ରୁ ନୀଆଯିବ ବଡ କାର୍ଯ୍ୟାନୁଷ୍ଠାନ । ରାଉରକେଲା ବିଜେପି ରେ ଚାଲିଛି କଣ ତାହାକୁ ନେଇ ବିଜେପି ରାଉରକେଲା ପ୍ରଭାରୀ ଙ୍କ ସହିତ ଅଧିକ ଆଲୋଚନା କରିଛନ୍ତ ଆମ ପ୍ରତିନିଧି ଦେବାଶିଷ କବି ।
What's Your Reaction?