ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି
ରାଜ୍ୟ ସଭା ନିର୍ବାଚନକୁ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ମର୍ଯ୍ୟାଦା ପାଇଁ ଲଢ଼ିବୁ ରାଜ୍ୟ ସଭା ନିର୍ବାଚନ। ରାଜ୍ୟର ବୃହତ ସ୍ବାର୍ଥ ପାଇଁ ଦିନେ ଦୁଇଦିନ ଭିତରେ ହେବ ନବୀନଙ୍କ ସହ ଭେଟଘାଟ ।ବିଜେଡି ଏବଂ କଂଗ୍ରେସର ସଂଖ୍ୟାକୁ ନେଇ ଦେଖାଯାଉଛି ସମ୍ଭାବନା । ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ । ଆମେ ଜାଣିଛୁ ଜିତିପାରିବୁନି ହେଲେ ମର୍ଯ୍ୟଦା ପାଇଁ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।ସେ ଆହୁରି କହିଛନ୍ତି ଯେ,ବିପକ୍ଷ ଦଳ ପାଇଁ ରହିଛି ସୁଯୋଗ । ତେଣୁ ଆମକୁ ଫାଇଦା ଉଠାଇବାକୁ ପଡିବ । ନବୀନଙ୍କ ସହ ଆଲୋଚନା କରିଲେ ସାମ୍ନାକୁ ଆସିବ ଅନେକ କଥା। ତେବେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ ରାଜ୍ୟ ସଭା ନିର୍ବାଚନରେ କାହା ପଟକୁ ଲଢୁଛନ୍ତି ତାହା ଦେଖିବାକୁ ରହିଲା ବାକି।
What's Your Reaction?