ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ; ‘ରୁଟା’ ସଦସ୍ୟଙ୍କ ସହ କୁଳପତିଙ୍କ ଆଲୋଚନା

Sep 1, 2026 - 11:11
 0  1
ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ; ‘ରୁଟା’ ସଦସ୍ୟଙ୍କ ସହ କୁଳପତିଙ୍କ ଆଲୋଚନା

ବହୁ ବାଦବିବାଦ ପରେ ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କୁଳପତି । ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ ସେ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । 

ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ବହୁ ବାଦବିବାଦ ପରେ ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କୁଳପତି । ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ ସେ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ଏ ଦିଗରେ ବିଭାଗ ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ପ୍ରତିଶ୍ରୁତି ଦେଇଥିବା ରୁଟା ସଦସ୍ୟମାନଙ୍କୁ କହିଛନ୍ତି କୁଳପତି ।

ଅନ୍ୟପଟେ ପୁରୁଣା ରେସିଡେନ୍ସି କମିଟି ସହ ଆଲୋଚନା ନକରି ଗଠନ ହୋଇଥିବା ନୂଆ କମିଟିର ବିଜ୍ଞପ୍ତି ବାତିଲ କରିବାକୁ ରୁଟା ପକ୍ଷରୁ ହୋଇଥିବା ଦାବି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ଦାବିର ସମାଧାନ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବ । ଆବଶ୍ୟକ ହେଲେ ନୂଆ ଓ ପୁରୁଣା ରେସିଡେନ୍ସି କମିଟିକୁ ନେଇ ଏକ ବୈଠକ କରାଯିବ । ଏଥିରେ ଦୁଇ କମିଟିର ସମସ୍ତ ସଦସ୍ୟଙ୍କ ସହମତିରେ ଦାବିର ସମାଧାନ ପାଇଁ ବାଟ ବାହାର କରାଯିବ ବୋଲି କୁଳପତି କହିଛନ୍ତି ।

ଦୀର୍ଘଦିନ ଧରି ଚାଲିଥିବା ଏହି ବିବାଦ ଏବେ କେଉଁ ଦିଗକୁ ଯାଉଛି, ତାହାକୁ ନେଇ ରେଭେନ୍ସା ପରିବାରରେ ଚର୍ଚ୍ଚା ଜୋର ଧରିଛି । କୁଳପତିଙ୍କ ଏହି ଆଲୋଚନା ଓ ଆଶ୍ୱାସନ ପରେ ବିବାଦର ସମାଧାନ ହେବ ବୋଲି ଆଶା ସୃଷ୍ଟି ହୋଇଛି ।

ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କି ପଦକ୍ଷେପ ନିଆଯାଉଛି ଏବଂ ରୁଟାର ଦାବିକୁ କିଭଳି ସମାଧାନ କରାଯାଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର । ଆଲୋଚନା ମାଧ୍ୟମରେ ରେଭେନ୍ସାର ଦୀର୍ଘଦିନର ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ କି, ନା ଆଗକୁ ପୁଣି ନୂଆ ମୋଡ଼ ନେବ—ସେନେଇ ଉତ୍କଣ୍ଠା ବଢ଼ିଛି ।

What's Your Reaction?

like

dislike

love

funny

angry

sad

wow