ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଲେଡି ମହିଳା ମାଡାମ୍ ଜହର ଗିରଫ
ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଡ୍ରଗ୍ସ ସିଣ୍ଡିକେଟ୍ରେ ଜଡିତ ଥିବା ଅଭିଯୋଗରେ ଜଣେ ମହିଳା ଡନ୍ ଖୁସନୁମା ଅନସାରୀ ଓରଫ ନେହାଙ୍କୁ ଗିରଫ କରିଛି ପୋଲିସ୍। ନେହା ଗ୍ୟାଙ୍ଗ ମଧ୍ୟରେ "ମାଡାମ୍ ଜେହେର" ନାମରେ ମଧ୍ଯ ଜଣାଶୁଣା। ତଦନ୍ତରୁ ଜଣାପଡିଛି ଯେ, ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର ଚଳାଉଥିଲେ ନେହା। ଏହି ପାର୍ଲରର ଆଡ଼ରେ, ସେ ଲରେନ୍ସ ଏବଂ ହାସିମ୍ ବାବା ଗ୍ୟାଙ୍ଗ ପାଇଁ ପରିଚାଳନା କରୁଥିଲେ ଡ୍ରଗ୍ସ ସିଣ୍ଡିକେଟ୍ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କାର୍ଯ୍ୟ ।ତାଙ୍କୁ ମହିପାଳପୁର ଫ୍ଲାଏଓଭର ନିକଟରୁ ଡ୍ରଗ୍ସ ସହ ଗିରଫ କରିଛି ପୋଲିସ୍। ନେହା ହେଉଛି ଲରେନ୍ସ ଗ୍ୟାଙ୍ଗର ମୁଖ୍ୟ ବନ୍ଧୁକଧାରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ବବି କବୁତର ଓରଫ ମହଫୁଜର ପ୍ରେମିକା। ଦୁହେଁ ଗତ ସାତ ବର୍ଷ ଧରି ଅଛନ୍ତି ଯୋଗାଯୋଗରେ । ବବି କବୁତର ହେଉଛି ସେହି ଅପରାଧୀ ଯିଏ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପୂର୍ବରୁ ରେକି କରିଥିଲା ଏବଂ ହତ୍ୟାକାରୀମାନଙ୍କୁ ମୁସେୱାଲାଙ୍କ ପଥ ଏବଂ ଗତିବିଧି ବିଷୟରେ ପ୍ରଦାନ କରିଥିଲା ସଠିକ୍ ସୂଚନା।
What's Your Reaction?