ଶନିବାର ସ୍ଥଳଭାଗ ଛୁଇଁବ ‘ଫେଙ୍ଗଲ’: ୧୨ ଜିଲାକୁ ସତର୍କତା
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ନେବ ବାତ୍ୟାର ରୂପ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବା ବେଳେ ଭୁବନେଶ୍ବର ସମେତ ଜିଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ହାଲୁକା ବର୍ଷା। ତେବେ ଶନିବାର ତାମିଲନାଡୁ-ଆନ୍ଧ୍ର ମଝିରେ ବାତ୍ୟା ‘ଫେଙ୍ଗଲ’ ସ୍ଥଳଭାଗ ଛୁଇଁବ ବୋଲି ମିଳିଛି ସୂଚନା।ଓଡ଼ିଶା ଉପରେ ଏହାର ପ୍ରଭାବ ନ ଥିଲେ ସୁଦ୍ଧା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ୧୨ଟି ଜିଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମକୁ ହଳଦିଆ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
What's Your Reaction?