ଶସ୍ତା ହେବ ଖାଇବା ତେଲ, ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର
ଶସ୍ତା ହେବ ଖାଇବା ତେଲ । ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଶସ୍ତା ହେବ ଖାଇବା ତେଲ । ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଲାଗୁଥିବା ୧୦ ପ୍ରତିଶତ ମୂଳ ସୀମାଶୁଳ୍କକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ।
ସେହିପରି ସୋୟାବିନ ଓ ତାଳ ତେଲ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଥିସହ ଅଶୋଧିତ ଓ ରିଫାଇନ୍ ତେଲ ମଧ୍ୟରେ ଲାଗୁ ହେଉଥିବା ମୂଳ ସୀମାଶୁଳ୍କରେ ମଧ୍ୟ ହ୍ରାସ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଖାଇବା ତେଲର ଦର କମିବା ନେଇ ଆଶା କରାଯାଉଛି ।
What's Your Reaction?