ଶିଶୁ ଜନ୍ମ କଲେ ଋଷିୟ ଯୁବତୀଙ୍କୁ ମିଳିବ ଆକର୍ଷଣୀୟ ପ୍ରୋତ୍ସାହନ ରାଶି

ରୁଷିଆର କରେଲିଆରେ ସ୍ଥାନୀୟ ସରକାର ଘୋଷଣା କରିଛନ୍ତି ଯେ ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନେ ପିଲା ଜନ୍ମ କଲେ ପାଇବେ ୧ ଲକ୍ଷ ରୁବଲ ବା ୮୧ ହଜାର ଟଙ୍କlର ପ୍ରୋତ୍ସାହନ ରାଶି। ‘ଦି ମସ୍କୋ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରେଲିଆର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୫ ବର୍ଷ ବୟସ୍କା ଛାତ୍ରୀମାନଙ୍କ ପାଇଁ ଲାଗୁ ହେବ ଏହି ଯୋଜନା। ଉଦବେଗଜନକ ଭାବରେ ହ୍ରାସ ପାଉଥିବା ଦେଶର ଜନ୍ମହାରରେ ଉନ୍ନତି ଆଣିବା ପାଇଁ ଗତ ଜାନୁଆରୀ ୧ରୁ କରେଲିଆ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ତେବେ ମୃତ ପିଲାଙ୍କୁ ଜନ୍ମ ଦେଉଥିବା ମା’ ମାନେ ପାଇବେ ନାହିଁ ଏହି ପ୍ରୋତ୍ସାହନ ରାଶି।
ଏପରି ନୀତିକୁ କାର୍ଯ୍ୟକାରୀ କରିବାରେ କାରୋଲିନା ରୁଷିଆର ପ୍ରଥମ ରାଜ୍ୟ ନୁହେଁ। ଦେଶରେ ୧୧ରୁ ଅଧିକ ଆଞ୍ଚଳିକ ସରକାର ଛାତ୍ରୀମାନଙ୍କୁ ପିଲା ଜନ୍ମ କରିବା ପାଇଁ ଦେଉଛନ୍ତି ପ୍ରୋତ୍ସାହନ ରାଶି। ତେବେ ଏପରି ପଦକ୍ଷେପକ ଅନୁପଯୁକ୍ତ ଏବଂ ଦୂରଦୃଷ୍ଟିସମ୍ପନ୍ନ ନୁହେଁ ବୋଲି କହିବା ସହ, ମା’ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସେମାନେ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବା କାରଣରୁ ଏହି ଯୋଜନା ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞମାନେ। ୨୦୨୪ର ପ୍ରଥମ ୬ ମାସ ମଧ୍ୟରେ ରୁଷିଆରେ ଜନ୍ମ ହୋଇଥିଲେ ମାତ୍ର ୫,୯୯,୬୦୦ ଶିଶୁ । ଗତ ୨୫ ବର୍ଷର ରୁଷିଆ ଇତିହାସରେ ଏହି ସଂଖ୍ୟା ଥିଲା ସବୁଠlରୁ ନିମ୍ନ । ୧୯୯୦ ଦଶକର ଆରମ୍ଭରେ ରୁଷିଆର ଜନସଂଖ୍ୟା ୧୪.୮ କୋଟି ଥିବା ବେଳେ ଏବେ ଏହା ହ୍ରାସ ପାଇ ପହଞ୍ଚିଛି ୧୪.୬ କୋଟିରେ।
What's Your Reaction?






