ସଂସଦ ପରିସରରେ ଠେଲାପେଲା ଓ ଧକ୍କାମରା ଘଟଣା : ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା

ଆଜି ସଂସଦ ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା। ବି ଆର ଆମ୍ବେଦକର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ଆହତ ହୋଇଛନ୍ତି ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ।ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ଆଇସିୟୁରେ ହେଉଛନ୍ତି ଚିକିତ୍ସିତ। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେମାନଙ୍କୁ ଧକ୍କା ଦେଇଥିବା ହୋଇଛି ଅଭିଯୋଗ। ଏବେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି। ଚାରିଆଡୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ କରାଯାଉଛି ନିଶାଣ। ଏପରିକି ତାଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛି ବିଜେପି ।ସେପଟେ ଅଭିଯୋଗକୁ ଖଣ୍ଡନ କରି ରାହୁଲ କହିଛନ୍ତି ଯେ, ସଂସଦ ଭବନ ଦ୍ବାର ମୁହଁରେ ଠିଆ ହୋଇଥିଲେ ବିଜେପି ସାଂସଦମାନେ। ସେ ଭିତରକୁ ଯିବା ବେଳେ ତାଙ୍କୁ ବିଜେପି ସାଂସଦମାନେ ଧମକ ଦେବା ସହ ଠେଲିବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ଏଭଳି ସ୍ଥିତି ଉପୁଜିଲା ବୋଲି ପାଲଟା ଅଭିଯୋଗ କରିଛନ୍ତି ରାହୁଲ ।
What's Your Reaction?






