ସମ୍ପୂର୍ଣ୍ଣ ସଫଳ ହୋଇଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା : ଅର୍ଥମନ୍ତ୍ରୀ

Aug 28, 2024 - 13:33
 0  18
ସମ୍ପୂର୍ଣ୍ଣ ସଫଳ ହୋଇଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା : ଅର୍ଥମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବର୍ତ୍ତମାନ ଦେଶରେ ରହିଛି ୫୩.୧୩ କୋଟି ଜନଧନ ଆକାଉଣ୍ଟ । ସେଥିରେ ଅଛି ପାଖାପାଖି ୨.୩ ଟ୍ରିଲିୟନ ଟଙ୍କା । ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଆକାଉଣ୍ଟ ସକ୍ରିୟ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ୨୦୨୪ ଅଗଷ୍ଟ ସୁଦ୍ଧା ଏହି ଆକାଉଣ୍ଟଗୁଡ଼ିକର ହାରାହାରି ବାଲାନ୍ସ ୪୩୫୨ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ୨୦୧୫ ମାର୍ଚ୍ଚରେ ୧୦୬୫ ଟଙ୍କା ଥିଲା। ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୩ କୋଟି ଖୋଲାଯିବ ଜନଧନ ଆକାଉଣ୍ଟ । ପିଏମଜେଡିୱାଇର ଦଶମ ବାର୍ଷିକୀ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କୋଭିଡ୍‌ ମହାମାରୀ ସମୟରେ ଏହି ଯୋଜନା ସରକାରଙ୍କୁ କରିଛି ବହୁ ସାହାଯ୍ୟ । ଏହି ଯୋଜନା ଦ୍ୱାରା ଗାଁ ଓ ସହରରେ ରହୁଥିବା ଲୋକମାନେ ଅଧିକ ଉପକୃତ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ପ୍ରାୟ ୬୬.୬ ପ୍ରତିଶତ ଜନଧନ ଆକାଉଣ୍ଟ ଖୋଲାଯାଇଥାଏ। ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୦ କୋଟି ଲୋକଙ୍କୁ ବାର୍ଷିକ ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ଜୀବନ ବୀମା କରାଯାଇଛି ପ୍ରଦାନ । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ପ୍ରାୟ ୪୫ କୋଟି ଲୋକଙ୍କୁ ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଇଛି। ୬.୮ କୋଟି ଲୋକ ଅଟଳ ପେନସନ ଯୋଜନା ସହ ଜଡିତ ଅଛନ୍ତି। ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ୫୩,୬୦୯ କୋଟି ଟଙ୍କାର ୨,୩୬,୦ ଋଣ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରୁ ୬୫ ଲକ୍ଷରୁ ଅଧିକ ଷ୍ଟ୍ରିଟ୍ ଭେଣ୍ଡର ୧୨,୬୩୦ କୋଟି ଟଙ୍କାର ଋଣ ପାଇଛନ୍ତି।

What's Your Reaction?

like

dislike

love

funny

angry

sad

wow