ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା ହେଲା ମହଙ୍ଗା,ବନ୍ଦ ହେଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା
ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା ହେଲା ମହଙ୍ଗା । ବନ୍ଦ ହେଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା। ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ କରିନାହାନ୍ତି ଅପଡେଟ । ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ ଥିଲେ ବି ମାନି ନାହାଁନ୍ତି ଏସବୁ କଲେଜ ଅଧ୍ୟକ୍ଷ, ଯେଉଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଦରମା ବନ୍ଦ ରଖିଛି ବିଭାଗ । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ହେଇଛି ବନ୍ଦ । ଏନେଇ ବିଭାଗ ପକ୍ଷରୁ ଜାରି କରାଯାଇଛି ବିଧିବଦ୍ଧ ନିର୍ଦ୍ଦେଶ।
What's Your Reaction?