ସୌମ୍ୟରଞ୍ଜନ ମାମଲାରେ ବଢ଼ିଲା ଅଡୁଆ, ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

Sep 30, 2026 - 13:30
ସୌମ୍ୟରଞ୍ଜନ ମାମଲାରେ ବଢ଼ିଲା ଅଡୁଆ, ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ବିଦ୍ୟାଭାରତୀଙ୍କ ପାଇଁ ବଢ଼ିଲା ଅଡୁଆ । ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଆଜି ଖାରଜ କରିଦିଆଯାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

 ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ବିଦ୍ୟାଭାରତୀଙ୍କ ପାଇଁ ବଢ଼ିଲା ଅଡୁଆ । ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଆଜି ଖାରଜ କରିଦିଆଯାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇବା ସହ ପ୍ରୋଟେଷ୍ଟ ପିଟିସନକୁ ମଧ୍ୟ ଖାରଜ କରିଥିଲେ । ଏହି ନିଷ୍ପତ୍ତି ବିରୁଦ୍ଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ ।

ତେବେ ଆଜି ସୁପ୍ରିମକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଛନ୍ତି । ଏହାପରେ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ନେଇ ଆଶଙ୍କା ବଢ଼ିଛି । ତେବେ ଗିରଫଦାରୀ ସମ୍ପର୍କିତ ପରବର୍ତ୍ତୀ ପଦକ୍ଷେପ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଉପରେ ନିର୍ଭର କରିବ ।

What's Your Reaction?

like

dislike

love

funny

angry

sad

wow