ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି ସ୍ତ୍ରୀ ।

Aug 16, 2024 - 12:20
 0  3
ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି ସ୍ତ୍ରୀ ।

ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି ସ୍ତ୍ରୀ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶୀବେଡା ଗ୍ରାମରେ । ମୃତକ ଜଣକ ହେଉଛନ୍ତି କାଶୀବେଡା ଗ୍ରାମର ସୁନାରାମ ମୁଣ୍ଡା । ସୂଚନ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ସୁନାରାମ ମୁଣ୍ଡା ଘରକୁ ଫେରି ନିଶାସକ୍ତ ଅବସ୍ଥାରେ ନିଜ ତୃତୀୟ ସ୍ତ୍ରୀ ସୁକୁମତି ମୁଣ୍ଡାକୁ କରିଥିଲେ ମାରପିଟ। କିଛି ସମୟ ପରେ ସୁନାରାମ ଘର ନିକଟରେ ଥିବା ପଡ଼ିଆରେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ସ୍ତ୍ରୀ । ସୁକୁମତି ଉତ୍ୟକ୍ତ ହୋଇ ପଥରରେ ଛେଚି ଦେଇଥିଲା ସ୍ୱାମୀକୁ। ଏହା ପରେ ସୁକୁମତି ନିଜେ ୧୦୮ ଅମ୍ବୁଲାନ୍ସ ଡାକି ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରିଥିଲେ ଭର୍ତ୍ତି । ହେଲେ ଡାକ୍ତର ସେଠାରେ ସୁନାରାମଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ପୋଲିସ । 

What's Your Reaction?

like

dislike

love

funny

angry

sad

wow