ହରିୟାଣା ବିଜୟ ପରେ କଂଗ୍ରେସକୁ ପୁଣି ଧୋଇଲେ ମୋଦି,ନୀରବତା ଭାଙ୍ଗିଲେ ରାହୁଲ ଗାନ୍ଧି

ହରିୟାଣା ବିଜୟ ପରେ କଂଗ୍ରେସକୁ ପୁଣି ଧୋଇଲେ ମୋଦି,ନୀରବତା ଭାଙ୍ଗିଲେ ରାହୁଲ ଗାନ୍ଧି

ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ହଠାତ୍‌ ନୀରବତା ଭାଙ୍ଗିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।। ଏକ୍ସ ରେ ପୋଷ୍ଟ କରି ସେ ଦେଇଛନ୍ତି ନିଜର ପ୍ରଥମ ପ୍ରତିକ୍ରିୟା।ହରିୟାଣାର ଫଳାଫଳକୁ ସେ ଅପ୍ରତ୍ୟାଶିତ ବୋଲି କରିଛନ୍ତି ବର୍ଣ୍ଣନା। କାହିଁକି ହରିୟାଣାରେ କଂଗ୍ରେସ ହାରିଲା , ସେ ନେଇ ଚାଲିଛି ବିଶ୍ଲେଷଣ। କ୍ଷମତାର ଅପବ୍ୟବହାରର କାହାଣୀକୁ ସେ ଦୋହରାଇବା ସହ ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇବେ ବୋଲି କହିଛନ୍ତି ରାହୁଲ ଗାନ୍ଧି।ସେପଟେ ହରିୟାଣା ବିଧାନସଭାରେ ବିଜେପିର ଅପ୍ରତ୍ୟାଶିତ ତଥା ଐତିହାସିକ ହ୍ୟାଟ୍ରିକ ବିଜୟ ପରେ କଂଗ୍ରେସ ଉପରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ଦଳିତ ସଂପ୍ରଦାୟ ମଧ୍ୟରେ ମିଥ୍ୟାର ପ୍ରଚାର କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।