ୟୁକ୍ରେନକୁ ବ୍ରିଟେନ-ଫ୍ରାନ୍ସ ପରମାଣୁ ଅସ୍ତ୍ର ଯୋଗାଇ ପାରନ୍ତି: ରୁଷିଆ

Feb 25, 2026 - 12:54
 0  2
ୟୁକ୍ରେନକୁ ବ୍ରିଟେନ-ଫ୍ରାନ୍ସ ପରମାଣୁ ଅସ୍ତ୍ର ଯୋଗାଇ ପାରନ୍ତି: ରୁଷିଆ

ୟୁକ୍ରେନକୁ ପରମାଣୁ ଅସ୍ତ୍ର ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି ବ୍ରିଟେନ ଏବଂ ଫ୍ରାନ୍ସ। ଏଭଳି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଦାବି କରିଛି ରୁଷିଆର ବୈଦେଶିକ ଗୁଇନ୍ଦା ସେବା।ଏହି ଖବର ଏପରି ଏକ ସମୟରେ ଆସିଛି,ଯେତେବେଳେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚାରି ବର୍ଷ ପୂରଣ କରି ପହଞ୍ଚିଛି ପଞ୍ଚମ ବର୍ଷରେ। ରୁଷିଆ ଏଜେନ୍ସି ଅନୁଯାୟୀ,ଅନ୍ତର୍ଜାତୀୟ ଆଇନ ଓ ପରମାଣୁ ଅପ୍ରସାର ଚୁକ୍ତିନାମା ଉଲ୍ଲଂଘନ କରି ୟୁକ୍ରେନର ସାମରିକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ପଶ୍ଚିମ ଦେଶ। ତେବେ ଏହି ଦାବି ପରେ, ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଠି ହୋଇଥିବାବେଳେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ କଡ଼ା ସ୍ୱରରେ ଚେତାବନୀ ଦେଇଛି ରୁଷିଆ।

What's Your Reaction?

like

dislike

love

funny

angry

sad

wow