୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଫବିଆଇ ଉପରେ ସାଇବର ଆକ୍ରମଣ
ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର କମ୍ପ୍ୟୁଟର ସିଷ୍ଟମଗୁଡ଼ିକ ପୁଣି ଏକ ସାଇବର ଆକ୍ରମଣର ଶିକାର ହୋଇଛି। ଏଥର ହ୍ୟାକର୍ସମାନେ ଦେଶବ୍ୟାପୀ ଅପରାଧର ରେକର୍ଡ ଥିବା ଡାଟାବେସ୍ଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଗତ ୩ ମାସ ମଧ୍ୟରେ ଏଫବିଆଇର ସିଷ୍ଟମ ଉପରେ ଏହା ଦ୍ୱିତୀୟ...
ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର କମ୍ପ୍ୟୁଟର ସିଷ୍ଟମଗୁଡ଼ିକ ପୁଣି ଏକ ସାଇବର ଆକ୍ରମଣର ଶିକାର ହୋଇଛି। ଏଥର ହ୍ୟାକର୍ସମାନେ ଦେଶବ୍ୟାପୀ ଅପରାଧର ରେକର୍ଡ ଥିବା ଡାଟାବେସ୍ଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଗତ ୩ ମାସ ମଧ୍ୟରେ ଏଫବିଆଇର ସିଷ୍ଟମ ଉପରେ ଏହା ଦ୍ୱିତୀୟ ବଡ଼ ସାଇବର ଆକ୍ରମଣ। ରିପୋର୍ଟ ଅନୁଯାୟୀ,ଘଟଣାର ତଦନ୍ତ ଜାରି ରହିଛି। ତେବେ ହ୍ୟାକର୍ସମାନେ କେଉଁ ସୂଚନା ଚୋରି କରିଛନ୍ତି କିମ୍ବା ସେମାନେ କେତେ ରେକର୍ଡ ଆକ୍ସେସ୍ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ହ୍ୟାକ୍ ହୋଇଥିବା ଡାଟାବେସ୍କୁ ନ୍ୟାସନାଲ୍ କ୍ରାଇମ୍ ଇନଫର୍ମେସନ୍ ସେଣ୍ଟର(ଏନସିଆଇସି) କୁହାଯାଉଛି। ଏହା ସାରା ଆମେରିକାର ଫେଡେରାଲ୍, ରାଜ୍ୟ ଏବଂ ସ୍ଥାନୀୟ ପୁଲିସ ଏଜେନ୍ସିଗୁଡ଼ିକୁ ସଂଯୋଗ କରିଥାଏ। ଏହା ମାଧ୍ୟମରେ ସାରା ଦେଶର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଅପରାଧ ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେୟାର କରିପାରିବେ। ଏହି ଡାଟାବେସ୍ ଗିରଫ ୱାରେଣ୍ଟ ଏବଂ ପୃଷ୍ଠଭୂମି ଯାଞ୍ଚ୍ ସମ୍ବନ୍ଧୀୟ ସୂଚନା ସଂରକ୍ଷଣ କରିଥାଏ। ପୁଲିସ ଏବଂ ତଦନ୍ତ ଏଜେନ୍ସିଗୁଡ଼ିକ ଏହାକୁ ଅପରାଧୀଙ୍କୁ ଚିହ୍ନଟ କରିବା, ଗିରଫ ୱାରେଣ୍ଟ ସୂଚନା ପାଇବା ଏବଂ ତଦନ୍ତ ସମୟରେ ଆବଶ୍ୟକ ରେକର୍ଡ ପାଇବା ପାଇଁ ବ୍ୟବହାର କରିଥାନ୍ତି।
ସମ୍ବେଦନଶୀଳ ସୂଚନା ଚୋରି
ସେପ୍ଟେମ୍ବରର ଆରମ୍ଭରେ ସାଇନିହଣ୍ଟର୍ସ ନାମକ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଏଫବିଆଇର ଏକ ନିଯୁକ୍ତି ୱେବସାଇଟ୍ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଏଜେନ୍ସିର କର୍ମଚାରୀଙ୍କ ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ଚୋରି ହୋଇଥିବା ଜଣାପଡ଼ିଥିଲା।
What's Your Reaction?