୬ ଘଣ୍ଟାରେ ୧୨ କିମି ବେଗ! ଆଜି ରାତିରେ ଉପକୂଳ ଛୁଇଁବ ଗଭୀର ଅବପାତ

Sep 23, 2026 - 12:33
୬ ଘଣ୍ଟାରେ ୧୨ କିମି ବେଗ! ଆଜି ରାତିରେ ଉପକୂଳ ଛୁଇଁବ ଗଭୀର ଅବପାତ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ୬ ଘଣ୍ଟାରେ ୧୨ କିମି ବେଗରେ ଗତି କରୁଛି। ଆଜି ରାତି ସୁଦ୍ଧା କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। କୋରାପୁଟରେ ୨୪ ଘଣ୍ଟାରେ ରେକର୍ଡ ବର୍ଷା ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି। 

ଘଣ୍ଟା ପ୍ରତି ୭ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ଗଭୀର ଅବପାତ । ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ପବନ ହେଉଛି, ତୁହାକୁତୁହା ବର୍ଷା ଢାଳୁଛି । ଦକ୍ଷିଣ ଓ ଉପକୂଳ ଳ ଓଡ଼ିଶାରେ ବି ସୁ ସୁ ନାଦ କରି ପ ପବନ ବହିବା ସହ ବର୍ଷା ଲାଗିରହି ରହିଛି । ମଙ୍ଗଳବାର ରାତି ପ୍ରାୟ ୧୦ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧୫୦ କିମି, ପୁରୀଠାରୁ ୨୧୦ କିମି ଓ ବିଶାଖାପାଟନମ୍‌ ଠାରୁ ୨୨୦ କିମି ଦୂରରେ ଗଭୀର ଅବପାତ ରୂପେ କେନ୍ଦ୍ରୀଭୂତ ରହିଛି ।

ମନ୍ଥର ଗତିରେ ଆଗକୁ ବଢ଼ୁଥିବା ଏହି ଗଭୀର ଅବପାତ ଆଜି ରାତିରେ ବିଶାଖାପାଟନମ୍‌ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ । ସ୍ଥଳଭାଗରେ ବା ଝଟକା ପବନ ଘଣ୍ଟାପ୍ରତି ୭୫ ଷ୍ଟାପ୍ରତି ୭୫ କିମି ଯାଏ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ପରେ ଓଡ଼ିଶା ମଧ୍ୟକୁ ପ୍ରବେଶବ କରିବ । 

What's Your Reaction?

like

dislike

love

funny

angry

sad

wow