21 ଦିନ ପାଇଁ ଜେଲରୁ ବାହାରିଛନ୍ତି ଗୁରୁମିତ ରାମ ରହୀମ

Aug 13, 2024 - 12:01
 0  4
21 ଦିନ ପାଇଁ ଜେଲରୁ ବାହାରିଛନ୍ତି ଗୁରୁମିତ ରାମ ରହୀମ

ଜେଲରୁ ବାହାରିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ । ଏଥର ସେ 21 ଦିନ ପାଇଁ ବାହାରିଛନ୍ତି  ଜେଲରୁ। ଜାମିନରେ ଆସିବା ପାଇଁ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଦାଖଲ କରିଥିଲେ ଏକ ପିଟିସନ ଯାହା କୋର୍ଟ କରିଥିଲେ ଗ୍ରହଣ । ସକାଳ 6.30ରେ ତାଙ୍କୁ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଜେଲରୁ ବାହାର କରାଯାଇଥିଲା । ସେ ପାରୋଲ ସମୟ ଉତ୍ତରପ୍ରଦେଶର ବାଗପଟ ଜିଲ୍ଲାରେ ଅବସ୍ଥିତ ରହିବେ ବର୍ଣ୍ଣୱା ଆଶ୍ରମରେ ।ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ପୂର୍ବରୁ 7 ଥର ଜେଲରୁ ବାହାରି ସାରିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ତାଙ୍କୁ ବାଗପାଟର ବର୍ଣ୍ଣୱା ଆଶ୍ରମକୁ ଅଣାଯାଇଥିଲା। ଗୁରୁମିତ ରାମ ରହୀମ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଛନ୍ତି । 

What's Your Reaction?

like

dislike

love

funny

angry

sad

wow