ଅନ୍ୟ ଦଳଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ : ନଡ୍ଡା

Jul 19, 2024 - 16:47
 0  2
ଅନ୍ୟ ଦଳଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ : ନଡ୍ଡା

ପୁରୀ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇଛନ୍ତି।ସେବା ପାଇଁ ସୁଯୋଗ ଦେଇଥିବାରୁ ଓ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ନେବାରେ ଭାଜପା କୌଣସି ସୁଯୋଗ ଛାଡ଼ିବନି। ଲୋକ ସଭା ସିଟ ଦୁଇଗୁଣ କରିବାକୁ କହିଥିଲି, ଆପଣମାନେ ୨୦ ସିଟ ଦେଲେ। ଲୋକସଭା ପାଇଁ ୪୫% ଭୋଟ ଦେଲେ, ଆପଣମାନଙ୍କୁ କୃତଜ୍ଞତା। ବିଧାନସଭାରେ ୪୦.୭% ଭୋଟ ସହ ସରକାର ଗଠନ ସୁଯୋଗ ଦେଲେ। ଏଥିସହ ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି। କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର ରହିଛି।ଦେଶର ୫୭% ଭୂଭାଗରେ ଭାଜପାର ସରକାର ଚାଲିଛି। କଂଗ୍ରେସ ପରଜୀବୀ ଭଳି ଅନ୍ୟ ଦଳଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ।

What's Your Reaction?

like

dislike

love

funny

angry

sad

wow