ଆଜିଠୁ କମିବ, ୧୪ ତାରିଖ ବେଳକୁ ପୁଣି ବଢିବ ବର୍ଷା

Aug 11, 2024 - 11:20
 0  5
ଆଜିଠୁ କମିବ, ୧୪ ତାରିଖ ବେଳକୁ ପୁଣି ବଢିବ ବର୍ଷା

ଆଜିଠୁ ରାଜ୍ୟରେ କମିବ ବର୍ଷା । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହ କେତେକ ସ୍ଥାନରେ କାଁ ଭାଁ ହୋଇପାରେ ବର୍ଷା । କିନ୍ତୁ ୧୪ ତାରିଖ ବେଳକୁ ପୁଣି ବର୍ଷାର ପରିମାଣ ବଢିବା ନେଇ ରହିଛି ସମ୍ଭାବନା। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କରାଯାଇଛି ପୂର୍ବାନୁମାନ। ଏହାସହ ୧୪ ତାରିଖରେ ୩ ଟି ଜିଲ୍ଲା ମୟୂରଭଂଜ , କେନ୍ଦୁଝର ଓ ବାଲେଶ୍ୱରକୁ ଜାରି କରାଯାଇଛି ହଳଦିଆ ସତର୍କତା। ୧୫ ତାରିଖ ବେଳକୁ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ଚେତାବନୀ ।

What's Your Reaction?

like

dislike

love

funny

angry

sad

wow