ବିବାହ କରବାକୁ ଯାଉଛନ୍ତି ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ

ବିବାହ କରବାକୁ ଯାଉଛନ୍ତି ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ
ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ ତାଙ୍କର  ବହୁଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି ବିବାହ। ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପର୍କକୁ  ଅଫିସିଆଲ ଘୋଷଣା କରିଥିଲେ । ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ ଦୀର୍ଘ ୧୫ ବର୍ଷ ଧରି ଅଛନ୍ତି । ଏହାର କିଛି ଦିନ ପରେ କିର୍ତ୍ତୀ ସୁରେଶ ତିରୁପତି ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାର ଆସିଥିଲେ ନଜର। ତେବେ ବର୍ତ୍ତମାନ ତାଙ୍କ  ବିବାହ କାର୍ଡ ହେଉଛି ଭାଇରାଲ ।ଏହି କାର୍ଡ ଅନୁଯାୟୀ  କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ବିବାହ ହେବ ଡିସେମ୍ବର ୧୨ରେ। ଏ ନେଇ  ବିବାହ ପ୍ରସ୍ତୁତି ହୋଇ ସାରିଛି ଆରମ୍ଭ। ଦମ୍ପତିଙ୍କ ବିବାହରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଯୋଗଦେବେ। ଏହି କାର୍ଡରେ କିର୍ତ୍ତୀଙ୍କ  ବାପା ମା’ ଜି ସୁରେଶ କୁମାର ଏବଂ ମେନକା ସୁରେଶଙ୍କ ନାଁ ଲେଖାଯାଇଛି। ତେବେ ନଭେମ୍ବର ୨୭ରେ  କିର୍ତ୍ତୀ ସୁରେଶ ଆଣ୍ଟୋନି ଥାଟିଲଙ୍କ ସହ ତାଙ୍କର ପ୍ରଥମ ଫଟୋ ସେୟାର କରିଥିଲେ ।  ଏଥିରେ ଦୁହେଁ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା ।ତେବେ ଆପଣଙ୍କ ମନକୁ ଆସୁଥିବ କିର୍ତ୍ତୀ ସୁରେଶଙ୍କ ଭାବି ସ୍ୱାମୀ  ଆଣ୍ଟୋନି ଥାଟିଲ କିଏ?  ସେ ଜଣେ ଦୁବାଇର କୋଟିପତି ବ୍ୟବସାୟୀ । ତାଙ୍କର ରିସର୍ଟ ଚେନ୍‌ ରହିଛି। ଏହାବ୍ୟତୀତ କୋଚିରେ ତାଙ୍କର ଏକ ରିଟେଲ ଏବଂ କର୍ଟେନର ବ୍ୟବସାୟ ରହିଛି । ସେ ବର୍ତ୍ତମାନ ତାଙ୍କ ଫ୍ୟାମିଲି ବିଜନେସ୍‌ ଆଗକୁ ନେଉଛନ୍ତି ।  ତେବେ କିର୍ତ୍ତୀ ସୁରେଶ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ବରୁଣ ଧାୱନଙ୍କ ସହ ଫିଲ୍ମ ‘ବେବି ଜନ୍’ରେ ଲିଡ୍ ରୋଲରେ ନଜର ଆସିବେ। ଏହି ଫିଲ୍ମଟି ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ।