ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ

Jun 26, 2024 - 16:22
 0  4
ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ
ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହ ବନ୍ଧନରେ ଆବଦ୍ଧ ହେବା ପରଠାରୁ ଚର୍ଚ୍ଚାରେ। ଦୀର୍ଘ ୭ ବର୍ଷ ଧରି ପ୍ରେମିକ ଜାହିର ଇକବାଲଙ୍କୁ ଡେଟ୍‌ କରିବା ପରେ ଉଭୟ ସାତ ଜନ୍ମର ସାଥୀ ଭାବେ ପରସ୍ପରକୁ ବାଛିଛନ୍ତି। ହେଲେ ଦୁହେଁ ଭିନ୍ନ ଧର୍ମର ହୋଇଥିବାରୁ ବିବାହକୁ ନେଇ ସୋନାକ୍ଷୀଙ୍କୁ କରାଯାଉଛି ଟ୍ରୋଲ। ଏସବୁ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ମ୍ୟାକ୍ସଟର୍ନ ନାମରେ ଲୋକପ୍ରିୟ ସାଗର ଠାକୁର ଭିନ୍ନ ଦାବି କରିଛନ୍ତି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ମ୍ୟାକ୍ସଟନ୍‌ ଟୁଇଟ୍‌ କରି ଲେଖିଛନ୍ତି, ସୋନାକ୍ଷୀ ସିହ୍ନାଙ୍କ ବିବାହ ୫ ବର୍ଷରୁ ଅଧିକ ଚାଲିଲେ ମୋ’ ନାମ ବଦଳାଇଦେବ। ଏବେ ଏହି ଟୁଇଟ୍‌ ବେଶ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। କାହା ବିବାହକୁ ନେଇ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ଅନେକେ କହୁଥିବା ଦେଖାଯାଇଛି।

What's Your Reaction?

like

dislike

love

funny

angry

sad

wow