ଆଜିଠୁ ଚାଲିବ ବ୍ରିକ୍ସ ସମ୍ମିଳନୀ

Jun 3, 2026 - 16:49
 0  2
ଆଜିଠୁ ଚାଲିବ ବ୍ରିକ୍ସ ସମ୍ମିଳନୀ

ପୁରୀରେ ଆଜିଠାରୁ ୫ ତାରିଖ ପର୍ୟ୍ୟନ୍ତ  ଚାଲିବ ୩-ଦିନିଆ ‘ବ୍ରିକ୍ସ’ ସମ୍ମିଳନୀ । ଏଥିରେ ଯୋଗ ଦେବେ ୧୧ ଦେଶର ପ୍ରତିନିଧି । ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚୀନର ପ୍ରତିନିଧିଗଣ ହେବେ ସାମିଲ । ଏଥିରେ ବିପର୍ୟ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା ପୁରୀର ବଳିଆପଣ୍ଡା ସ୍ଥିତ ତାଜ୍ ହୋଟେଲ ପରିସରରେ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ । ଏହି ସମୟରେ ଟ୍ରାଫିକ, ଭିଆଇପିଙ୍କ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଟିକିନିଖି ଏସ୍ପି ପ୍ରତୀକ ସିଂଙ୍କଠାରୁ ବୁଝିଛନ୍ତି । ବୈଠକ ସମୟରେ ହୋଟେଲ ଚତୁଃପାଶ୍ୱର୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଏଥିଲାଗି ବରିଷ୍ଠ ଅଧିକାରୀମାନଙ୍କ ସହ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ସମ୍ମିଳନୀରେ ସାମିଲ ହେବାକୁ ଥିବା ସଦସ୍ୟମାନେ କୋଣାର୍କ ଓ ଚିଲିକା ଗସ୍ତ କରିବାର କାର୍ୟ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଡିଜିପିଙ୍କ ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍ ନାୟକ, ଏସପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ମିଳନୀ ନେଇ ପୁରୀ ସହର ପ୍ରସ୍ତୁତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ବ୍ୟାନର ପୋଷ୍ଟର ଲଗାଯାଇଛି।

What's Your Reaction?

like

dislike

love

funny

angry

sad

wow