ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ସହ ଭୟଙ୍କର ବନ୍ୟା ପରିସ୍ଥିତି 

Jul 2, 2024 - 14:58
 0  2
ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ସହ ଭୟଙ୍କର ବନ୍ୟା ପରିସ୍ଥିତି 

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛନ୍ତି ପ୍ରାୟ ଚାରି ଲକ୍ଷରୁ ଅଧିକ ଲୋକ । ଏଥିସହ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ବିଛିନ୍ନ ହୋଇଯାଇଛି ଯୋଗାଯୋଗ । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ କରିଛି ଯେ, ରାଜ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଏଥିରେ ପ୍ରଭାବିତ ଲୋକଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାରରେ ପହଞ୍ଚିଛି। ସେପଟେ ଅରୁଣାଚଳ ପ୍ରଦେଶରେ ମଧ୍ୟ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ଇଟାନଗରରେ ଆଜିଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରାଯାଇଛି। ସେପଟେ ଉତ୍ତର-ପୂର୍ବ ରାଜ୍ୟଗୁଡିକୁ ନାଲି ସତର୍କତା ଜାରି କରିଛି ଭାରତ ପାଣିପାଗ ବିଭାଗ। ଜୁଲାଇ ୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow