ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଚଢ଼ାଉ

Oct 12, 2026 - 15:11
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ୭ଟି ସ୍ଥାନରେ ଚଢ଼ାଉ

ଆୟ  ବହିର୍ଭୂତ ସମ୍ପତ୍ତି  ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ। 

 ଆୟ  ବହିର୍ଭୂତ ସମ୍ପତ୍ତି  ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଟଡାଉ  କରାଯାଉଛି।
୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର, ଗଂଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି।
ଯେଉଁ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି:
୧. ଭୁବନେଶ୍ୱରର ପାତ୍ରପଡ଼ାସ୍ଥିତ ତିନି ମହଲା କୋଠା।
୨. ଗଞ୍ଜାମ ଜିଲ୍ଲାର ପି. ନୂଆଗାଁସ୍ଥିତ ଦୁଇ ମହଲା କୋଠା।
୩. ଗଞ୍ଜାମ ଜିଲ୍ଲାର ପି. ନୂଆଗାଁସ୍ଥିତ ଅନ୍ୟ ଏକ କୋଠା।
୪. ଗଞ୍ଜାମ ଜିଲ୍ଲାର ବୁରୁଝରିଠାରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଘର।
୫. ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ତାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।
୬. ଯାଜପୁର ଜିଲ୍ଲାର ଜାରକାସ୍ଥିତ ଭଡ଼ା ଘର।
୭. ଯାଜପୁର ଜିଲ୍ଲାର ଜାରକାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ।
ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। 

What's Your Reaction?

like

dislike

love

funny

angry

sad

wow