ଏମ୍ଏମ୍ଡିଆର୍ ଓ ଏସ୍ଆଇଆର୍କୁ ନେଇ ନବୀନଙ୍କ ପ୍ରତିକ୍ରିୟା; ପୁନଃ ସମୀକ୍ଷା ଦାବି କଲେ, ସରକାରଙ୍କ ଉପରେ ବର୍ଷିଲେ
ଏମ୍ଏମ୍ଡିଆର୍ ବିଲ୍ ଓ ଏସ୍ଆଇଆର୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏସ୍ଆଇଆର୍ ପ୍ରକ୍ରିୟାର ପୁନଃ ସମୀକ୍ଷା ଆବଶ୍ୟକ ବୋଲି ସେ କହିଛନ୍ତି ।
ଏମ୍ଏମ୍ଡିଆର୍ ବିଲ୍ ଓ ଏସ୍ଆଇଆର୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏସ୍ଆଇଆର୍ ପ୍ରକ୍ରିୟାର ପୁନଃ ସମୀକ୍ଷା ଆବଶ୍ୟକ ବୋଲି ସେ କହିଛନ୍ତି । ଏଭଳି ବଡ଼ ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ କମିସନ ଇସ୍ତଫା ଦେବା ଉଚିତ୍ ବୋଲି ନବୀନ କହିଛନ୍ତି ।
ଏମ୍ଏମ୍ଡିଆର୍ ବିଲ୍କୁ ନେଇ ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ଏହି ବିଲ୍କୁ ଦୃଢ଼ ଭାବେ ବିରୋଧ କରୁଛି ବୋଲି କହିଛନ୍ତି । ସଂସଦରେ ରାଜ୍ୟର ୨୦ ଜଣ ବିଜେପି ସାଂସଦ ଚୁପ୍ ରହିଥିବା ଏବଂ ରାଜ୍ୟ ସ୍ୱାର୍ଥ ପାଇଁ ପକ୍ଷ ରଖିନଥିବା ନବୀନ ଅଭିଯୋଗ କରିଛନ୍ତି ।
ଆଗକୁ ଏମ୍ଏମ୍ଡିଆର୍ ବିଲ୍କୁ ନେଇ ବିରୋଧ ଜାରି ରହିବ ବୋଲି ସେ କହିଛନ୍ତି । ବିଲ୍ର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ବିଜେଡି ଚାପ ପକାଇବ। ଏହି ବିଲ୍ ରାଜ୍ୟ ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ବୋଲି ନବୀନ କହିଛନ୍ତି ।
What's Your Reaction?