କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ନେଇଛି ନୂଆ ମୋଡ଼

Jun 10, 2024 - 15:06
 0  11
କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ  ନେଇଛି ନୂଆ ମୋଡ଼

ଚଣ୍ଡିଗଡ଼ ବିମାନବନ୍ଦରରେ ହିମାଞ୍ଚଳ ପ୍ରଦେଶର ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି।ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ ମହିଳା ଯବାନଙ୍କୁ ସମର୍ଥନ କୁଲବିନ୍ଦର କୌରଙ୍କ ପାଇଁ ୧୦,୦୦୦ ଡଲାର (ପ୍ରାୟ ୮ ଲକ୍ଷ ଟଙ୍କା)ର ପୁରସ୍କାର ରାଶି ଘୋଷଣା କରିଛି।ଏକ ଭିଡିଓ ପୋଷ୍ଟ କରି ପନ୍ନୁ କହିଛି, କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣାରେ ମୁଁ ଖୁବ ଖୁସି ଅଛି।  ସେଥିପାଇଁ ଉକ୍ତ ସିଆଇଏସଏଫ ଯବାନଙ୍କୁ ମୁଁ ପୁରସ୍କୃତ କରିବାକୁ ଚାହେଁ।।’ଏହି ଘଟଣା ଦେଶରେ ଏକ ବଡ ବିବାଦ ସୃଷ୍ଟି କରିଛି। ଏହି ଘଟଣା ପରେ କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ ମହିଳା କନଷ୍ଟେବଳ ଖଲିସ୍ତାନୀ ଶୈଳୀରେ ମୋ  ମୁହଁକୁ ଚାପୁଡ଼ା ମାରିଛନ୍ତି। ବୋଧହୁଏ ଏହା ଖଲିସ୍ତାନରେ ଯୋଗଦେବା ପାଇଁ ତାଙ୍କର ଉପାୟ ଥିଲା |’କଙ୍ଗନାଙ୍କ ଅଭିଯୋଗ ପରେ ମହିଳା ଯବାନଙ୍କୁ ନିଲମ୍ବିତ କରାଯାଇଛି, କିନ୍ତୁ ଏହି ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ସିଆଇଏସଏଫ ଯବାନ କୁଲବିନ୍ଦର କୌରଙ୍କୁ ସମର୍ଥନ କରିବା ଏବଂ ପୁରସ୍କାର ରାଶି ଘୋଷଣା କରିବା ଏକ ଗୁରୁତର ବିଷୟ ପାଲଟି ଯାଇଛି।ଏହି ଘଟଣା ଦେଶର ସୁରକ୍ଷା ଏବଂ ଜାତୀୟ ଏକତା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ପୁଲିସ ଏହି ଘଟଣାର ତଦନ୍ତ କରିବା ସହିତ ଖଲିସ୍ତାନୀ ଆତଙ୍କବାଦର ଏହି ନୂତନ ଦିଗ ଉପରେ ତୀକ୍ଷ୍ଣ ନଜର ରଖିଛି।

What's Your Reaction?

like

dislike

love

funny

angry

sad

wow