ଜେରା ହେଲେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀ

Jul 12, 2024 - 12:19
 0  1
ଜେରା ହେଲେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀ

ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା କରିଛି ପୋଲିସ । ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ହୋଇଛି ଜେରା । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି।

What's Your Reaction?

like

dislike

love

funny

angry

sad

wow