ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା
Ahead of Jagar festival, the Pollution Control Board has issued new guidelines. Plastic and polythene containers will no longer be allowed inside temple premises for offerings or puja items. Only leaf, wood, and paper materials can be used. Separate areas will be designated in ponds for immersion of offerings. Single-use plastics are banned under the Plastic Waste Management Rules, 2016 and its amendments.
ରାତି ପାହିଲେ ଜାଗର।ଏହାପୂର୍ବରୁ ଆଜି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।ଏଣିକି ମନ୍ଦିର ପରିସରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ ପାତ୍ରରେରେ ଯିବନାହିଁ ଭୋଗ କିମ୍ବା ପୂଜା ସାମଗ୍ରୀ।କେବଳ ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ହୋଇଛି ନିର୍ଦ୍ଦେଶ। ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀରେ ରହିବ ଆବଦ୍ଧ ଅଞ୍ଚଳ।ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ କରାଯାଇଛି ନିଷେଧ ।
What's Your Reaction?