ମୋଦୀ ଜୀ ସାହାସ ଦେଖାନ୍ତୁ ତ , UPI ଟ୍ୟାକ୍ସ ଫେରାଇନିଅ ; ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଲେ ରାହୁଲ

Sep 18, 2026 - 14:15
ମୋଦୀ ଜୀ ସାହାସ ଦେଖାନ୍ତୁ ତ , UPI ଟ୍ୟାକ୍ସ ଫେରାଇନିଅ ; ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଲେ ରାହୁଲ

କେନ୍ଦ୍ର ସରକାର ଅକ୍ଟୋବର ୧୫ ତାରିଖରୁ UPI ଉପରେ ବୋଝ ଲଦିଦେଲେ । ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ହେଲେ ୦.୪ ପ୍ରତିଶତ ଚାର୍ଜ ଲାଗିବ  ।

ଯଦିଓ ଏହା ସାଧାରଣ ଗ୍ରାହକଙ୍କ ପାଇଁ ନୁହେଁ କିନ୍ତୁ ବ୍ୟବସାୟ କରୁଥିବା ବା ଦେକାନୀଙ୍କୁ ଏହା ସହିବାକୁ ପଡ଼ିବ । ଏବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ . ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଛନ୍ତି ଦମ୍ ଅଛି ଯଦି , UPI ଉପରୁ ଟ୍ୟାକ୍ସ ଉଠାଇ ଦେଖାଅ ।

କେନ୍ଦ୍ର ସରକାର ଅକ୍ଟୋବର ୧୫ ତାରିଖରୁ UPI ଉପରେ ବୋଝ ଲଦିଦେଲେ । ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ହେଲେ ୦.୪ ପ୍ରତିଶତ ଚାର୍ଜ ଲାଗିବ  । ଯଦିଓ ଏହା ସାଧାରଣ ଗ୍ରାହକଙ୍କ ପାଇଁ ନୁହେଁ କିନ୍ତୁ ବ୍ୟବସାୟ କରୁଥିବା ବା ଦେକାନୀଙ୍କୁ ଏହା ସହିବାକୁ ପଡ଼ିବ । ଏବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ . ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଛନ୍ତି ଦମ୍ ଅଛି ଯଦି , UPI ଉପରୁ ଟ୍ୟାକ୍ସ ଉଠାଇ ଦେଖାଅ । 

ୟୁପିଆଇ ଉପରେ ପ୍ରସ୍ତାବିତ MDR ଟ୍ୟାକ୍ସ ପ୍ରତ୍ୟାହୃତ କରିନେବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି, ଭାରତ ସରକାର ଆମେରିକା ସାମ୍ନାରେ ଝୁଙ୍କିଛନ୍ତି । ଅଧିକ ରୋଜଗାର ପାଇବାକୁ ଆମେରିକା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । UPI ଉପରେ ଲାଗିଥିବା ଟ୍ୟାକ୍ସ ସାଧାରଣ ଲୋକଙ୍କ ପାଇଁ ନହେଲେ ବି ଦୋକାନୀ , ବ୍ୟବସାୟୀଙ୍କ ପାଇଁ ତ ଗୋଟେ ବୋଝ ।ତେଣୁ ଯଥାଶୀଘ୍ର ଏହାକୁ ହଟାଇବାକୁ ରାହୁଲ ମୋଦୀଙ୍କୁ ଚ୍ୟାଲେଂଜ ଦେଲା ଭଳି କହିଛନ୍ତି । 

 ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ, ତଥା ଆଇରନ୍ ଲେଡି ଇନ୍ଦିରା ଗାନ୍ଧୀଙ୍କ ଦ୍ବାହି ଦେଇ ରାହୁଲ କହିଛନ୍ତି , ’ଇନ୍ଦିରା ଜୀଙ୍କୁ ଥରେ ପଚରାଯାଇଥିଲା, ସେ ଡାହାଣକୁ ଝୁଙ୍କିବେ ନା ବାମକୁ । କିନ୍ତୁ ଇନ୍ଦିରା ରୋକଠୋକ୍ ଉତ୍ତର ଦେଇଥିଲେ, ନା ବାମକୁ ନା ଡାହାଣକୁ ମୁଁ ସିଧା ଛିଡ଼ା ହେବି । କିନ୍ତୁ ମୋଦୀଙ୍କ କନସେପ୍ଟ ପୂରା ଅଲଗା । ସେ ନା ବାମକୁ ଢ଼ଳିଲେ ନା ଡାହାଣକୁ ,ସେ ସିଧା  ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ଲୋଟିପଡ଼ିବାର ନିଷ୍ପତ୍ତି ନେଲେ । ମୋଦୀ  UPI ଉପରେ ଟ୍ୟାକ୍ସ ଲଗାଇ ପରୋକ୍ଷରେ ଏବଂ ପ୍ରତ୍ୟକ୍ଷରେ ପ୍ରତ୍ୟେକ ଭାରତୀୟଙ୍କ ଉପରେ ଟ୍ୟାକ୍ସ ଲଗାଇଲେ । ଏବେ ମୋଦୀ ସାହାସ ଦେଖାନ୍ତୁ ତ  UPI  ଟ୍ୟାକ୍ସକୁ ଫେରାଇ ନିଅନ୍ତୁ’…

ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ନିତିଦିନିଆ କାରବାର କରୁଥିବା ସାଧାରଣ ଲୋକ ଏବଂ ବ୍ୟବସାୟୀ ଦ୍ୱିଧାରେ ପଡ଼ିଯାଇଛନ୍ତି । ୨ ହଜାର ଟଙ୍କା ପର୍ଯ୍ୟନ୍ତ କୌଣସି ଚିନ୍ତା ନଥିଲେ ହେଁ, ବଡ଼ ଅଙ୍କର କାରବାର ଉପରେ ଚାର୍ଜ୍ ଲାଗିଲେ ଡିଜିଟାଲ୍ ଇଣ୍ଡିଆର ଏହି ଲୋକପ୍ରିୟ ମାଧ୍ୟମ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆଗକୁ ସରକାର ଏହି ୨ ହଜାର ଟଙ୍କାରୁ ଅଧିକ କାରବାର ଉପରେ ପୂରା ସ୍ଥିତି ସ୍ପଷ୍ଟ କରୁଛନ୍ତି ନା ଗ୍ରାହକଙ୍କୁ ବଡ଼ ପେମେଣ୍ଟ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।  

 

What's Your Reaction?

like

dislike

love

funny

angry

sad

wow