୧୫୬ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ ଔଷଧ ଉପରେ ସରକାର ଲଗାଇଛନ୍ତି ପ୍ରତିବନ୍ଧକ

Aug 23, 2024 - 11:24
 0  3
୧୫୬ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ ଔଷଧ ଉପରେ ସରକାର ଲଗାଇଛନ୍ତି ପ୍ରତିବନ୍ଧକ

ଜ୍ୱର, ଥଣ୍ଡା, ଆଲର୍ଜି ଓ ଯନ୍ତ୍ରଣା ପାଇଁ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ ଔଷଧ ଉପରେ ସରକାର ଲଗାଇଛନ୍ତି ପ୍ରତିବନ୍ଧକ। ଏହି ଔଷଧ ଆଉ ବଜାରରେ ହେବ ନାହିଁ ବିକ୍ରି। ଏହି ଔଷଧ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ବୋଲି କହିଛନ୍ତି ସରକାର । ଏଫଡିସି ହେଉଛି ଔଷଧ ଯାହା ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଦୁଇ କିମ୍ବା ଅଧିକ ଔଷଧ ମିଶାଇ କରାଯାଏ ପ୍ରସ୍ତୁତ। ଏଭଳି ଔଷଧ ଏବେ ବ୍ୟାପକ ମାତ୍ରାରେ ହେଉଛି ବ୍ୟବହୃତ । ଏଅଗଷ୍ଟ ୧୨ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଫାର୍ମା କମ୍ପାନିଗୁଡିକ ଦ୍ୱାରା ନିର୍ମିତ ଯନ୍ତ୍ରଣା ଔଷଧ ଭାବରେ ବ୍ୟବହୃତ ଏସିକ୍ଲୋଫେନାକ୍ ୫୦ ମିଲିଗ୍ରାମ+ ପାରାସିଟାମୋଲ ୧୨୫ ମିଲିଗ୍ରାମ ବଟିକାଉପରେ ସରକାର ଲଗାଇଛନ୍ତି ପ୍ରତିବନ୍ଧକ । ସେହିପରି ପାରାସିଟାମୋଲ, ଟ୍ରାମାଡୋଲ, ଟାରିନ ଓ କ୍ୟାଫିନ ମିଶ୍ରଣ ଉପରେ ମଧ୍ୟ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର । ଟ୍ରାମାଡୋଲ ଏକ ପେନକିଲର। ବିଜ୍ଞପ୍ତି ଅନୁଯାୟୀ, ଏଫଡିସି ଔଷଧର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସୁରକ୍ଷିତ ବିକଳ୍ପ ଉପଲବ୍ଧ ଥିବା ବେଳେ। କେନ୍ଦ୍ର ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଏହି ମାମଲାର କରିଥିଲା ଯାଞ୍ଚ । ତେଣୁ ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଏଫଡିସିର ଉତ୍ପାଦନ, ବିକ୍ରୟ କିମ୍ବା ବିତରଣ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରୀ । 

What's Your Reaction?

like

dislike

love

funny

angry

sad

wow