ଅବସର ନେଇ ଗାଁକୁ ଫେରିଲେ ବୀର ଯବାନ ; ବାଜା ସହ ପାଇକ ନୃତ୍ୟରେ ହେଲା ଭବ୍ୟ ସ୍ୱାଗତ

Sep 3, 2026 - 13:09
 0  2
ଅବସର ନେଇ ଗାଁକୁ ଫେରିଲେ ବୀର ଯବାନ ; ବାଜା ସହ ପାଇକ ନୃତ୍ୟରେ ହେଲା ଭବ୍ୟ ସ୍ୱାଗତ

ବୀର ପୁତ୍ରକୁ ଗାଁ ମାଟିରେ ବାଜା ବଜାଇ ସ୍ୱାଗତ କଲେ ଗ୍ରାମବାସୀ । କୌଣସି ଚଳଚିତ୍ର ଭଳି ଲାଗୁଥିବା ଏହି ଖବର ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବଡ଼ଝାଡ ଗାଁରୁ ।

ବୀର ଯବାନଙ୍କୁ ବଡ଼ ସମ୍ମାନ। ସମର୍ପଣର ପ୍ରତିଦାନ ସମ୍ମାନରେ ମିଳିଲା । ବୀର ପୁତ୍ରକୁ ଗାଁ ମାଟିରେ ବାଜା ବଜାଇ ସ୍ୱାଗତ କଲେ ଗ୍ରାମବାସୀ । କୌଣସି ଚଳଚିତ୍ର ଭଳି ଲାଗୁଥିବା ଏହି ଖବର ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ବଡ଼ଝାଡ ଗାଁରୁ । ନିଜ ଚାକିରୀ ଜୀବନ ଦେଶ ପାଇଁ ସମର୍ପି ଦେଇଥିବା ବୀର ଯବାନ ଆଜି ଗାଁକୁ ଫେରିଛନ୍ତି । ତାଙ୍କୁ ସ୍ୱାଗତ ଜଣେଇଛନ୍ତି ଛୋଟ ଛୁଆଠୁ ଆରମ୍ଭ କରି ଗାଁର ବୟସ୍କ ବ୍ୟକ୍ତି ।

ଭାରତୀୟ ସେନାରେ ରହି ଶତ୍ରୁ ସହ ଲଢ଼ିବାର ସାମର୍ଥ୍ୟ ଦେଖାଇ ଥିବା ଏହି ଯବାନ ହେଉଛନ୍ତି ବଡ଼ଝାଡ଼ ଗାଁର ଉପନ୍ଦ୍ର କୁମାର ଜେନା । ଦାୟିତ୍ବରୁ ଅବ୍ୟାହତ ନେଇ ଗାଁକୁ ଫେରିବା ପରେ ତାଙ୍କୁ ପାଇକ ନୃତ୍ୟ ଓ ଅନ୍ୟ ଲୋକ କଳା ସହ ଜୋର ଦାର ସ୍ୱାଗତ କରିଛନ୍ତି ଗ୍ରାମବାସୀ । ଏପଟେ ତାଙ୍କର ସଂଘର୍ଷର ଦିନକୁ ମନେ ପକାଇ ଭାବ ବିହ୍ବଳ ହୋଇଥିଲେ ସମ୍ପର୍କୀୟ ଭାଇ। ଦିନେ ସୀମାନ୍ତରେ ଶତ୍ରୁ ସହ ଲଢୁଥିଲେ ଏବେ ଗାଁରେ ରହି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବୀର ଯବାନ ଉପେନ୍ଦ୍ର ଜେନା । 

What's Your Reaction?

like

dislike

love

funny

angry

sad

wow