ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

Jul 1, 2024 - 13:40
 0  10
ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

ଆଜିଠାରୁ ସାରା ଦେଶରେ ନୂଆ ନିୟମ ଲାଗୁ କରିଛି ଭାରତୀୟ ଟେଲିକମ୍ ନିୟାମକ ଅର୍ଥାତ୍ ଟ୍ରାଇ।ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଆବଶ୍ୟକ ପ୍ରମାଣପତ୍ର ଓ ଓଟିପି। ଏହା ପରେ ଏହାର ଭେରିଫିକେସନ ପାଇଁ ବାଧ୍ୟତାମୂଳକ ଭାବେ ୭ ଦିନ କରିବାକୁ ପଡ଼ିବ ଅପେକ୍ଷା ।ନିୟମରେ ସଂଶୋଧନ କରି ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ । ପୂର୍ବରୁ  ୧୦ ଦିନ ଥିଲା ଏହି ସମୟ।ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ରେ ପରିବର୍ତନ କରି ୭ ଦିନ କରାଯାଇଛି । ଅଂଶୀଦାରଙ୍କ ସହ ଆଲୋଚନା ପରେ  ନିଆଯାଇଛି ଏହି ନିଷ୍ପତି । 

What's Your Reaction?

like

dislike

love

funny

angry

sad

wow