ଆଜିଠୁ ଆହୁରି ବଢିବ ତାତି
ଆହୁରି ୪ଦିନ କଲବଲ କରିବ ତାତି। ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା । ଜଳୁଛି ପଶ୍ଚିମ ଓଡ଼ିଶା । ଏପଟେ ଉପକୂଳରେ ତାତିର ପ୍ରକୋପ ସେଭଳି ନାହିଁ। ହେଲେ ଆର୍ଦ୍ରତା ବୃଦ୍ଧି କାରଣରୁ ଦହଗଞ୍ଜ କରୁଛି ଗୁଳଗୁଳି। ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ। ସପ୍ତାହେ ହେଲାଣି ଏ ସ୍ଥିତିରେ ପରିବର୍ତ୍ତନ ଘଟୁନି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜିଠାରୁ ଆରମ୍ଭ ହୋଇଛି ନୌତପା। ବିଶ୍ୱାସ କରାଯାଏ ଯେ ଯେତେବେଳେ ସୂର୍ୟ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି। ଏହା ୯ ଦିନ ପଡ଼େ, ଯାହା ନୌତପା ନାମରେ ପରିଚିତ। ଓଡ଼ିଶାରେ ଏବେ ନୌତପାର ପ୍ରଭାବ ଦେଖିବାକୁ ମିଳୁଛି। ଜଳୁଛି ପୂରା ଓଡ଼ିଶା। ଆଗାମୀ ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ। ୩ ଦିନ ଯାଏ ୩ ଜିଲ୍ଲାକୁ ନାଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୨୬ ଜିଲ୍ଲାରେ ପ୍ରଚଣ୍ଡ ଖରା ଗରମ ସହ ଉପକୂଳରେ ଗୁଳୁଗୁଳିର ଚେତାବନୀ ରହିଥିବା ବେଳେ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧକୁ ନାଲି ସତର୍କ ସୂଚନା ଜାରି କରିଛି ବିଭାଗ। ସେହିପରି ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ୪ ଜିଲ୍ଲାକୁ କମଳା ଓ କନ୍ଧମାଳ ଜିଲ୍ଲାକୁ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
What's Your Reaction?