ଆଠଗଡ଼ ଖୁଣ୍ଟୁଣି ଜେଲ୍ରୁ କଏଦୀ ଫେରାର, ପାଇପ୍ ଚଢ଼ି ପାଚେରି ଡେଇଁ ଜଙ୍ଗଲକୁ ପଳାଇଲେ
ଆଠଗଡ଼ ଖୁଣ୍ଟୁଣି ଆଦର୍ଶ ଜେଲ୍ରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଯାଜପୁରର ସୁନୀଲ ଜେନା ଜେଲ୍ରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଧର୍ମଶାଳା ଅଞ୍ଚଳର ଏକ ଡବଲ୍ ମର୍ଡର ମାମଲାରେ ପ୍ରାୟ ୮ ମାସ ହେଲା ସେ ଜେଲ୍ରେ ଥିଲେ ।
ଆଠଗଡ଼ ଖୁଣ୍ଟୁଣି ଆଦର୍ଶ ଜେଲ୍ରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଯାଜପୁରର ସୁନୀଲ ଜେନା ଜେଲ୍ରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଧର୍ମଶାଳା ଅଞ୍ଚଳର ଏକ ଡବଲ୍ ମର୍ଡର ମାମଲାରେ ପ୍ରାୟ ୮ ମାସ ହେଲା ସେ ଜେଲ୍ରେ ଥିଲେ ।
ଜେଲ୍ର ମୁଲାକାତ ଘର ପଛପଟେ ଥିବା ଏକ ପାଇପ୍ରେ ଚଢ଼ି ପାଚେରି ଡେଇଁ ଜଙ୍ଗଲ ଆଡ଼କୁ ପଳାଇଥିବା ସୂଚନା ମିଳିଛି । ଘଟଣା ସମୟରେ ଜେଲ୍ କର୍ମଚାରୀମାନେ ଖାଇବାକୁ ଯାଇଥିବା ବେଳେ ସୁଯୋଗ ନେଇ ସୁନୀଲ ଫେରାର ହୋଇଥିବା କୁହାଯାଉଛି । ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ଫେରାର କଏଦୀଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି ।
What's Your Reaction?