ଆଡିଲେଡ୍ ଟେଷ୍ଟ; ପ୍ରଥମ ଇଂନିସରେ ଭାରତ ୧୮୦ ରନରେ ଅଲଆଉଟ୍

Dec 6, 2024 - 16:54
 0  5
ଆଡିଲେଡ୍ ଟେଷ୍ଟ; ପ୍ରଥମ ଇଂନିସରେ ଭାରତ ୧୮୦ ରନରେ ଅଲଆଉଟ୍

ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ ତଥା ଗୋଲାପୀ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଅଲଆଉଟ୍ ହେଲା ଭାରତୀୟ ଦଳ । ଆଡିଲେଡ୍ ଟେଷ୍ଟରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଆଉ ଇଂନିସର ପ୍ରଥମ ବଲରେ ହିଁ ଏଲବିଡବ୍ଲ୍ୟୁ ହେଇ ପାଭିଲିୟନ୍ ଫେରିଥିଲେ ଯଶସ୍ୱୀ ଜୟସଓ୍ୱାଲ। ଏହାପରେ ରାହୁଲ ଆଉ ଗିଲ୍ ଯୋଡି ୬୯ ରନର ଭାଗିଦାରୀ କରିଥିଲେ ବି, ଏହାପରେ ଲଗାତାର ବ୍ୟବଧାନରେ ଓ୍ୱିକେଟ୍ ହରାଇ ଚାଲିଥିଲା ଦଳ । ତେବେ ଶେଷ ଆଡକୁ ୪୨ ରନର ଇଂନିସ୍ ଖେଳିଥିଲେ ନୀତିଶ ରେଡ୍ଡୀ । ଅଷ୍ଟ୍ରେଲିଆ ତରଫରୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୬ଟି ଓ୍ୱିକେଟ୍ ନେଇଥିଲାବେଳେ, ପାଟ୍ କମିନ୍ସ ୨ଟି ଓ ବୋଲାଣ୍ଡ ମଧ୍ୟ ନେଇଥିଲେ ଦୁଇଟି ଓ୍ୱିକେଟ୍। 

What's Your Reaction?

like

dislike

love

funny

angry

sad

wow