ଆଫଗାନିସ୍ତାନରେ ପାକ୍ ଏୟାରଷ୍ଟ୍ରାଇକ୍! ୧୦ଟି ଆଡ୍ଡାକୁ ଟାର୍ଗେଟ୍

Sep 24, 2026 - 12:24
ଆଫଗାନିସ୍ତାନରେ ପାକ୍ ଏୟାରଷ୍ଟ୍ରାଇକ୍! ୧୦ଟି ଆଡ୍ଡାକୁ ଟାର୍ଗେଟ୍

ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସୀମା ତିକ୍ତତା ଏବେ ଆହୁରି ତୀବ୍ର ହୋଇଛି । ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲା ତରାରଙ୍କ କହିବା ଅନୁସାରେ, ଆଫଗାନିସ୍ତାନର ୧୦ଟି ସ୍ଥାନକୁ ଟାର୍ଗେଟ୍ କରି ପାକିସ୍ତାନ ଏୟାର ଓ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । 

ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସୀମା ତିକ୍ତତା ଏବେ ଆହୁରି ତୀବ୍ର ହୋଇଛି । ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲା ତରାରଙ୍କ କହିବା ଅନୁସାରେ, ଆଫଗାନିସ୍ତାନର ୧୦ଟି ସ୍ଥାନକୁ ଟାର୍ଗେଟ୍ କରି ପାକିସ୍ତାନ ଏୟାର ଓ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । ଏହି ସ୍ଥାନଗୁଡ଼ିକରୁ ଡ୍ରୋନ୍ ଲଞ୍ଚ ଓ ଷ୍ଟୋର କରାଯାଉଥିବା ପାକିସ୍ତାନ ଦାବି କରିଛି ।  କଣ ପାଇଁ ଏହି ଆକ୍ରମଣ? ପାକିସ୍ତାନର ଦାବି ଅନୁସାରେ, ବୁଧବାର ଆଫଗାନିସ୍ତାନ ପଟୁ ୮ଟି ଡ୍ରୋନ୍ ପାକିସ୍ତାନୀ ଆକାଶସୀମାକୁ ପ୍ରବେଶ କରିଥିଲା । ପାକିସ୍ତାନ କହିଛି, ଏହାର ଏୟାର ଡିଫେନ୍ସ ସିଷ୍ଟମ୍ ସମସ୍ତ ଡ୍ରୋନ୍‌କୁ ନିଷ୍କ୍ରିୟ କରିଥିଲା । ଏହାର ପ୍ରତିକ୍ରିୟାରେ ଆଫଗାନିସ୍ତାନ ଭିତରେ ୧୦ଟି ସ୍ଥାନରେ ଷ୍ଟ୍ରାଇକ୍ କରାଯାଇଥିବା ତରାର କହିଛନ୍ତି । 

ତେବେ ଏହି ଡ୍ରୋନ୍ ଆକ୍ରମଣ ଅଭିଯୋଗକୁ ଆଫଗାନିସ୍ତାନର ତାଲିବାନ ସରକାର ଖଣ୍ଡନ କରିଛି । ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ପାକିସ୍ତାନ ବିରୋଧରେ ଆଫଗାନିସ୍ତାନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା କଥାକୁ ଅସ୍ୱୀକାର କରିଛନ୍ତି । 

ଏପଟେ ଦୁଇ ଦେଶ ମଧ୍ୟରେ ତିକ୍ତତା ନୂଆ ନୁହେଁ। ଚଳିତ ସପ୍ତାହରେ ମଧ୍ୟ ପାକିସ୍ତାନ ପୂର୍ବ ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ୨୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ଦାବି କରିଥିବା ବେଳେ, ଆଫଗାନ କର୍ତ୍ତୃପକ୍ଷ ଓ ଜାତିସଂଘ ଅନୁସାରେ ସେହି ଆକ୍ରମଣରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ୪ ଜଣ ଆହତ ହୋଇଥିଲେ ।  ସବୁଠାରୁ ବଡ଼ କଥା, ଏହି ବଢ଼ୁଥିବା ତିକ୍ତତା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନାକୁ ମଧ୍ୟ ପ୍ରଭାବିତ କରିପାରେ । ଚୀନ୍, ତୁର୍କୀ, କତାର ଓ ସାଉଦି ଆରବ ଭଳି ଦେଶଗୁଡ଼ିକ ତିକ୍ତତା କମାଇବା ପାଇଁ ମଧ୍ୟସ୍ଥତା ଉଦ୍ୟମ କରୁଥିବା ସମୟରେ ନୂଆ ଏୟାରଷ୍ଟ୍ରାଇକ୍ ସ୍ଥିତିକୁ ଆହୁରି ଜଟିଳ କରିଛି । 

What's Your Reaction?

like

dislike

love

funny

angry

sad

wow