ଆମେରିକାର ନାଲିଆଖି ସତ୍ତ୍ବେ ରୁଷିଆରୁ ତେଲ କିଣୁଛି ଭାରତ: ଅଗଷ୍ଟ ମାସରେ ମସ୍କୋରୁ ସର୍ବାଧିକ କ୍ରୁଡ ଅଏଲ କିଣିଛି ନୂଆଦିଲ୍ଲୀ

Sep 3, 2026 - 12:28
 0  0
ଆମେରିକାର ନାଲିଆଖି ସତ୍ତ୍ବେ ରୁଷିଆରୁ ତେଲ କିଣୁଛି ଭାରତ: ଅଗଷ୍ଟ ମାସରେ ମସ୍କୋରୁ ସର୍ବାଧିକ କ୍ରୁଡ ଅଏଲ କିଣିଛି ନୂଆଦିଲ୍ଲୀ

ମେ, ଜୁନ ଓ ଜୁଲାଇ ତୁଳନାରେ ଅଗଷ୍ଟରେ ଭାରତର ମୋଟ କ୍ରୁଡ ଆମଦାନୀ ମଧ୍ୟ କମିଛି। ଅଗଷ୍ଟ ପୂବରୁ ପଶ୍ଚିମ ଏସିଆ ସଂଘର୍ଷ ବଢ଼ିବାର ଆଶଙ୍କାରେ ଭାରତର ରିଫାଇନରୀଗୁଡ଼ିକ କ୍ରୁଡ ଅଏଲ କିଣିବା ବଢ଼ାଇଥିଲେ। 

ଆମେରିକାର କଡା କଟାକଣା ଚେତାବନୀ ସତ୍ବେ ଋଷିଆଠୁ ଅଶୌଦ୍ଧିତ ତୈଳ କିଣୁଛି ଭାରତ। ଗତ ଅଗଷ୍ଟ ମାସରେ ଭାରତ ଋଷିଆଠୁ ସବୁଠୁ ଅଧିକ କ୍ରୁଡ୍ କ୍ରୟ କରିଛି। ରୁଷିଆ, ଭାରତର କ୍ରୁଡ଼ ତେଲର ସବୁଠାରୁ ବଡ଼ ଯୋଗାଣକାରୀ ରହିଛି। ସେହିପରି ଆମେରିକା, ଭାରତକୁ ସର୍ବାଧିକ LPG ଓ LNG  ଯୋଗାଇଛି। ସାମୁଦ୍ରିକ ଗୁଇନ୍ଦାଗିରି ଓ ଗବେଷଣା ସଂସ୍ଥା Kpler ର ତଥ୍ୟ ଅନୁସାରେ ଏହା ଜଣାପଡ଼ିଛି। ଅଗଷ୍ଟ ମାସରେ ଭାରତ ରୁଷିଆରୁ ଦୈନିକ ୨.୧ ନିୟୁତ ବ୍ୟାରେଲ କ୍ରୁଡ଼ ତେଲ କିଣିଛି, ଯାହା ଏହାର ମୋଟ ତେଲ ଆମଦାନୀର ୪୫ ପ୍ରତିଶତ। 

ତେବେ ଏହି ପରିମାଣ ଜୁଲାଇର ୨.୮ ନିୟୁତ ବ୍ୟାରେଲ  ତୁଳନାରେ କମିଛି। ଅନ୍ୟ ମୁଖ୍ୟ ଯୋଗାଣକାରୀମାନେ ହେଉଛନ୍ତି UAE, ସାଉଦି ଆରବ,  ଓ ଭେନେଜୁଏଲା। ମେ, ଜୁନ ଓ ଜୁଲାଇ ତୁଳନାରେ ଅଗଷ୍ଟରେ ଭାରତର ମୋଟ କ୍ରୁଡ ଆମଦାନୀ ମଧ୍ୟ କମିଛି। ଅଗଷ୍ଟ ପୂବରୁ ପଶ୍ଚିମ ଏସିଆ ସଂଘର୍ଷ ବଢ଼ିବାର ଆଶଙ୍କାରେ ଭାରତର ରିଫାଇନରୀଗୁଡ଼ିକ କ୍ରୁଡ ଅଏଲ କିଣିବା ବଢ଼ାଇଥିଲେ। ୟୁକ୍ରେନ ଆକ୍ରମଣରେ ରୁଷିଆର ରିଫାଇନରୀ କାର୍ଯ୍ୟ ପ୍ରଭାବିତ ହେବା କାରଣରୁ ଭାରତ ରୁଷିଆକୁ ପେଟ୍ରୋଲ (ଗ୍ୟାସୋଲିନ) ଓ ଡିଜେଲର ଏକ ମୁଖ୍ୟ ଯୋଗାଣକାରୀ ଭାବେ ଉଭା ହୋଇଛି। ଏନର୍ଜି ବିଶ୍ଳେଷଣ ସଂସ୍ଥା Vortexa ଅନୁସାରେ, ଅଗଷ୍ଟରେ ରୁଷିଆର ସାମୁଦ୍ରିକ ଗ୍ୟାସୋଲିନ ଆମଦାନୀ ଦୈନିକ ୧ ଲକ୍ଷ ୨୫,୦୦୦ ବ୍ୟାରେଲକୁ ବଢ଼ିଛି, ଯାହା ମାସ ପାଇଁ ଆନୁମାନିକ ୪୭୦,୦୦୦ ଟନ୍ ସହ ସମାନ। ଏହି ଯୋଗାଣ ଭାରତ, ତୁର୍କୀ ଓ ମୋରୋକ୍କୋ ପରି ଦେଶରୁ ଆସିଛି।

ଆମେରିକା ନାଲିଆଖିକୁ ଡରିଲାନି ଭାରତ
ଆମେରିକାର ଚେତାବନୀ ସତ୍ବେ ଋଷିଆଠୁ ଅଶୌଦ୍ଧିତ ତୈଳ କିଣୁଛି ଭାରତ
ଭାରତ ରୁଷିଆରୁ ଦୈନିକ ୨.୧ ନିୟୁତ ବ୍ୟାରେଲ କ୍ରୁଡ଼ ତେଲ କିଣିଛି
ଗତ ଅଗଷ୍ଟ ମାସରେ ଭାରତ ଋଷିଆଠୁ ସବୁଠୁ ଅଧିକ କ୍ରୁଡ଼ କ୍ରୟ କରିଛି
ଏହି ପରିମାଣ ଜୁଲାଇର ୨.୮ ନିୟୁତ ବ୍ୟାରେଲ  ତୁଳନାରେ କମିଛି
ସାମୁଦ୍ରିକ ଗୁଇନ୍ଦାଗିରି ଓ ଗବେଷଣା ସଂସ୍ଥା Kplerର ସୂଚନା
ଅନ୍ୟ ମୁଖ୍ୟ ଯୋଗାଣକାରୀ UAE, ସାଉଦି ଆରବ,  ଓ ଭେନେଜୁଏଲା
ମେ, ଜୁନ ଓ ଜୁଲାଇ ତୁଳନାରେ ଅଗଷ୍ଟରେ ଭାରତର କ୍ରୁଡ଼ ଆମଦାନୀ କମିଛି
ଆମେରିକା LPG ଓ LNG ର ସବୁଠାରୁ ବଡ଼ ଯୋଗାଣକାରୀ ଭାବେ ଉଭା ହୋଇଛି
ଅଗଷ୍ଟ ମାସରେ ଆମେରିକାଠୁ ମୋଟ ୫୧% LPG ଓ ୩୮% LNG କିଣିଛି ଭାରତ

What's Your Reaction?

like

dislike

love

funny

angry

sad

wow