ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି

Feb 3, 2025 - 18:03
 0  1
ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି

ଆରମ୍ଭ ହେଲା ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି । ଆଜି ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ, ସଙ୍ଗଠନ ସହ କିଛି ଖେଳାଳିଙ୍କ ପାଇଁ ଓସିଏ ତରଫରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ପ୍ରାୟ ୭୩ଟି ଅନୁବନ୍ଧିତ ସଂସ୍ଥାକୁ ଆଠରୂ ଦଶ ହଜାର ଟିକେଟ ବିକ୍ରି ହେବ। ଦୁଇ ଦିନ ଧରି ଅନୁଵନ୍ଧିତ ସଂସ୍ଥା ଗୁଡିକୁ  ଚାଲିଵ ଏହି ଟିକେଟ ବିକ୍ରି। ସେପଟେ ବାରବାଟୀ ଦିନିକିଆ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଲାଣି ପିଚ୍ ଓ ପଡିଆ। ଓସିଏ ପକ୍ଷରୁ ବାରବାଟୀରେ ପ୍ରସ୍ତୁତ ହୋଇଛି ଦୁଇଟି ପିଚ୍ । ଗୋଟିଏ ପିଚ୍ କଳାହାଣ୍ଡିର କଳାମାଟିରେ ତିଆରି ହୋଇଥିଵା ବେଳେ ଅନ୍ୟ ପିଚ୍‌ଟି ମୁମ୍ବାଇରୁ ଅଣାଯାଇଥିଵା ନାଲି ମାଟିରେ କରାଯାଇଛି ପ୍ରସ୍ତୁତ। 

What's Your Reaction?

like

dislike

love

funny

angry

sad

wow