ଆଶ୍ରୟସ୍ଥଳ ନୁହେଁ, ବନ୍ଧ୍ୟାକରଣ ସଠିକ୍ ସମାଧାନ

Aug 22, 2025 - 13:13
 0  12
ଆଶ୍ରୟସ୍ଥଳ ନୁହେଁ, ବନ୍ଧ୍ୟାକରଣ ସଠିକ୍ ସମାଧାନ

ବୁଲା କୁକୁରଙ୍କ ପ୍ରସଙ୍ଗରେ ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ । ଆଶ୍ରୟସ୍ଥଳ ନୁହେଁ,ବନ୍ଧ୍ୟାକରଣ ହେଉଛି ସଠିକ୍ ସମାଧାନ ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍ । ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚଅଦାଲତ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍‌ରେ ମଧ୍ୟ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ସର୍ବୋଚ୍ଚଅଦାଲତ ନିର୍ଦ୍ଦେଶରେ ପରିବର୍ତ୍ତନ କରି କହିଛନ୍ତି ଯେ,ବନ୍ଧ୍ୟାକରଣ ପରେ ସେହି ଅଞ୍ଚଳରେ ଛଡାଯିବ ବୁଲା କୁକୁର । ସାରା ଦେଶରେ କାର୍ଯ୍ୟକାରୀ ହେବ ଏହି ନିୟମ । ନିଜ ନିଷ୍ପତ୍ତିରେ ଅଗଷ୍ଟ ୧୧ ତାରିଖର ଆଦେଶକୁ ସଂଶୋଧନ କରିଛନ୍ତି ଅଦାଲତ, ଯେଉଁଥିରେ ବୁଲା କୁକୁରମାନଙ୍କୁ ଧରି ସେଲଟର ହୋମରେ ରଖିବାକୁ ଦିଆଯାଇଥିଲା ନିର୍ଦ୍ଦେଶ। 

What's Your Reaction?

like

dislike

love

funny

angry

sad

wow