ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ବୀମା ଗରୀବ-ମାରକ, ମୁଖ୍ୟମନ୍ତ୍ରୀ ମାଝୀ ଉଦାସୀନ

Jan 23, 2026 - 12:59
 0  39
ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ବୀମା ଗରୀବ-ମାରକ, ମୁଖ୍ୟମନ୍ତ୍ରୀ ମାଝୀ ଉଦାସୀନ

ଓଡିଶାରୁ ଜଣେ ଅସହାୟ କର୍କଟ ରୋଗୀ ‘କୋଣାର୍କ ପ୍ରତିଷ୍ଠାନରୁ’ ସହାୟତା ପାଇ ପହଞ୍ଚିଲେ ମୁମ୍ବାଇ ଟାଟା କର୍କଟ ହସପାତାଳରେ l ସାଙ୍ଗରେ ବଳ ଥିଲା ଆୟୁଷ୍ମାନ କାର୍ଡ ଖଣ୍ଡିକ l ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ବଳରେ ପାଇଥିଲେ ସମ୍ପୂର୍ଣ୍ଣ ଖର୍ଚ୍ଚ ସୁବିଧା l କିନ୍ତୁ  ଏବେ ଅସ୍ତ୍ରୋପଚାର ପରେ ପରେ ଟାଟା ହାସପlତାଳ କତୃପକ୍ଷ ଜଣାଇଦେଲେ ଯେ କାର୍ଡର କେବଳ ଷାଠିଏ ଭାଗ ଅର୍ଥ ପର୍ଯ୍ୟନ୍ତ ମିଳିବ ଚିକିତ୍ସା ସୁବିଧା l ବାକି ଦେବାକୁ ହେବ ହାତରୁ l ମୁଣ୍ଡ ଉପରେ ବଜ୍ର ପଡ଼ିଲା ରୋଗୀ ଏବଂ ସାଙ୍ଗରେ ଥିବା ନିଜ ଲୋକଙ୍କର ମୁଣ୍ଡରେ l ବହୁ କାକୁତି ମିନତି ଗୁହାରୀ କଲେ ଵି ମିଳିଲା ନାହିଁ କୌଣସି ସାହାଯ୍ୟ ବା ଦରଦ l ସେମାନେ କହିଲେ ଯେ କେବଳ ଅସ୍ତ୍ରୋପଚାର କାମଟି ସମ୍ପନ୍ନ ହୋଇଗଲା ଆୟୁଷ୍ମାନ କାର୍ଡ ବଳରେ l ପର ଔଷଧ କିଣା ଆଉ ଯତ୍ନ ଖର୍ଚ୍ଚ ପାଇଁ ‘ଆୟୁଷ୍ମାନ ଭାରତ’ ବୀମା କାମ ଦେବ ନାହିଁ l ଖବର ଆସିଛି ଯେ ଏହି ମୁହୂର୍ତ୍ତରେ କାନ୍ଦ ବୋବାଳି ଭିତରେ ଗରିବ ରୋଗୀର ଦୁରାବସ୍ଥା ପାଇଁ ତାର ଅସହାୟ କୁଟୁମ୍ବ ଏବେ ଭିକ ମାଗିବା ସ୍ଥିତିରେ l ଯେମିତି ଉକ୍ତ ଗରୀବ ଲୋକଟି ମୁମ୍ବାଇରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି, ସେହିଭଳି ବହୁ ଅସହାୟ ଲୋକେ ଆୟୁଷ୍ମାନ କାର୍ଡ ଧରି ବହୁ ଦୁର୍ଦ୍ଦଶା ଯେ ନିଶ୍ଚୟ ଭୋଗୁଛନ୍ତି, ଏଥିରେ ସନ୍ଦେହ ନାହିଁ l ବିଜେଡି ସରକାରର ଅଳ୍ପ କେତେ ଜଣ ସଦସ୍ୟଙ୍କର ଔଦ୍ଧତ୍ୟପୂର୍ଣ୍ଣ ପଦକ୍ଷେପ ବା କାରବାର ପାଇଁ ଓଡିଶାବାସୀ ବିଜେପି ଦଳକୁ କ୍ଷମତା ସମର୍ପି ଦେଇଥିଲେ l ଆଜି ଅନେକେ ଦିନ କାଟୁଛନ୍ତି ଅନୁତାପ, ମନସ୍ତାପରେ l  ଏକଥା ସତ୍ୟ ଯେ ବିଜେଡି ସମୟରେ ଅଳ୍ପ କେତେକ ଅମଲା ଅଧିକାରୀ ରାଜ୍ୟ ଚଳାଉଥିଲେ l ତେବେ ଲୋକଙ୍କୁ ସେବା ମିଳୁଥିଲା ଏବଂ ସାଧାରଣ ନାଗରିକଟିଏ ଅକଥନୀୟ ଅସୁବିଧା ଭୋଗୁ ନଥିଲା l ମୋଦି, ଶାହl ଏବଂ ସ୍ଥାନୀୟ ବିଜେପି ନେତାମାନେ ବହୁ ଲୋଭନୀୟ ପ୍ରତିଶୃତି ଦେଇ ଭୋଟ ନେଇଗଲେ l ଜଣେ ସରଳ, ଦକ୍ଷହୀନ ଆଦିବାସୀ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଦେଲେ ଯାହାଙ୍କୁକି ନିଜ ଦଳର ଅନ୍ୟ ମନ୍ତ୍ରୀ ବା ନେତାମାନେ ସମ୍ମାନ ଦେଇ ତାଙ୍କ ଠାରୁ ନିର୍ଦ୍ଦେଶ  ନେବାର ଦୃଷ୍ଟାନ୍ତ ମିଳୁନାହିଁ l ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାର ବଳ ବା ସାହସ ନାହିଁ ସରଳ ମୁଖ୍ୟମନ୍ତ୍ରୀଙ୍କର l କୋଉ ମନ୍ତ୍ରୀ କିଭଳି ଦୁର୍ନୀତିରେ ଲିପ୍ତ ରହୁଛନ୍ତି, ତାହା ଜାଣିଲେ ଵି ଅସହାୟ ଅବସ୍ଥାରେ ମୁକ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି ନିରୀହ ମୋହନ ମାଝୀ l  ଏହି ଆଲେଖ୍ୟର ସର୍ବମୋଟ କଥାଟି ହେଲା ଯେ ଗରୀବ ଲୋକ ସ୍ୱାସ୍ଥ୍ୟ ବୀମା ସେବା ପାଇବାରୁ ବଞ୍ଚିତ ହେଉଛି l ବିଜୁ ସ୍ୱାସ୍ଥ୍ୟ ବୀମା ସୁବିଧା ତୁଳନାରେ ଆୟୁଷ୍ମାନ ଯେ ଅତ୍ୟନ୍ତ ନିକୃଷ୍ଟ ଏଥିରେ ସନ୍ଦେହ ନାହିଁ l ଚାଷୀଙ୍କୁ ଠକିବା, ମାଗଣା ବିଜୁଳୀ ବଣ୍ଟନ ଧପାବାଜୀ, ବୟସ୍କଙ୍କୁ ଭତ୍ତା ଇତ୍ୟାଦି କଥା ନକହିଲେ ଭଲ l ସେହିଭଳି ଅଶି ବର୍ଷ ଛୁଇଁଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବା ଯୋଜନା ଠାରୁ ହାସ୍ୟାସ୍ପଦ କଥା ଆଉ କିଛି ଥିଲା ଭଳି ଲାଗୁନାହିଁ l ମୋହନ ମାଝୀ ଧନୀକ ଜଗନ୍ନାଥ ମନ୍ଦିରକୁ ପାଞ୍ଚ ଶହ କୋଟି ଟଙ୍କା ବାପାଙ୍କ ସମ୍ପତ୍ତି ଭଳି ଦାନ କରିଦେଲେ l ଘଟଗାଁ ତାରିଣୀ ମନ୍ଦିରପାଇଁ ଦୁଇଶହ ଛବିଶ ଟଙ୍କା ଅଜାଡ଼ି ଦେଲେ l ସେଥିରୁ ସଧାରଣ ଲୋକେ କିଭଳି ଉପକୃତ ହେବେ କେହି ବୁଦ୍ଧିମାନ ବିଚାରବନ୍ତ ବ୍ୟକ୍ତି ଆଦୌ ଠଉରାଇ ପାରୁନାହାନ୍ତି l ସେସବୁ ଦେବା ପୂର୍ବରୁ ଲୋକଙ୍କର ମତ ସଂଗ୍ରହ କରି ନଥିଲେ ମୋହନ ମାଝୀ l  ଏବେ ଗରୀବ ଅସହାୟ ରୋଗୀ ମାନେ ‘ଆୟୁଷ୍ମାନ ଭାରତ’ କବଳରେ ପଡ଼ି ବିଭିନ୍ନ ହାସପାତାଳରେ ଛଟପଟ ହେଉଛନ୍ତି ଯେହେତୁ ମିଳୁଛି ମାତ୍ର ଷାଠିଏ ଭାଗ ପଇସାର ସେବା, ଯାହାକି ବିଦାରି ପାରୁନାହିଁ ମାଝୀଙ୍କ ନିର୍ମାୟା ହୃଦୟକୁ l ସୁଦୂର ମୁମ୍ବାଇରେ ପଡ଼ିଥିବା ଚର୍ଚ୍ଚିତ ରୋଗୀ ଘନ ଘନ ନିବେଦନ କଲେ ମଧ୍ୟ ସ୍ଥାନୀୟ ବିଧାୟକ ବା ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି କିମ୍ବା ଦୁଃଖ, ଦରଦ, ସମବେଦନା ଟିକିଏ ଵି ଦେଖାଉ ନାହାନ୍ତି କାରଣ ମାଝୀ ସେମିତି କିଛି ତତକ୍ଷଣାତ ଜରୁରୀ ସହାୟତା ବ୍ୟବସ୍ଥା ବିଷୟରେ ନିଜେ ଵି ଅବଗତ ଥିବାଭଳି ଲକ୍ଷ୍ୟ କରୁ ନାହାନ୍ତି କୌଣସି ବ୍ୟକ୍ତି l ଉଲ୍ଲେଖ ଯୋଗ୍ୟ ଯେ ମାତ୍ର ଦୁଇ ଚାରି ଦିନ ପୂର୍ବରୁ କୌଣସି ଗୋଟିଏ ମହିଳା ସଭାରେ ଛାତି ଫୁଲାଇ ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କଲେ ଯେ ପାଞ୍ଚ ହଜାର ଟଙ୍କା ସମସ୍ତଙ୍କ ବ୍ୟାଙ୍କଖାତାକୁ ପଳାଇଲା l ସମସ୍ତେ ନିଜ ନିଜ ମୋବାଇଲ ଫୋନରେ ଦେଖି ଗଦଗଦ ହୋଇ ହାତ ଟେକନ୍ତୁ l କିନ୍ତୁ କେହି ଗୋଟିଏ ଵି ମହିଳା ହାତ ଟେକିଲେ ନାହିଁ କାରଣ ଟଙ୍କାଟିଏ ଵି କାହା ଖାତାକୁ ଯାଇନଥିଲା ପଇସା କିମ୍ବା ବହୁ ସମୟ ପର୍ଯ୍ୟନ୍ତ ଯିବାର ମଧ୍ୟ କେହି ଦେଖିଲେ ନାହିଁ l ହଟହଟା ହୋଇ ମାଝୀ ଏଣୁତେଣୁ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଲାଗିଲେ ଯାହାକି ଉପସ୍ଥିତ ଲୋକଙ୍କୁ ହସି ହସି ଗଡ଼ାଇଲା l ଗଣମାଧ୍ୟମ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଜ୍ଞ, ଅପାରଗ ଶାସକ ଭାବରେ ଅଭିହିତ କରିବାର ସୁଯୋଗଟି ହାତ ଛଡ଼ା ନକରି ଦର୍ଶକଙ୍କ ମନ ମୋହିବାରେ ହେଲା ସଫଳ l ଶୁଣିବାକୁ ମିଳୁଛି ଯେ ଆରମ୍ଭରେ ମାଝୀବାବୁ ଯେଉଁ ଜନତା ଦରବାର ଖୋଲି ଲୋକଙ୍କର ଦୁଃଖ ବୁଝିବାର ପ୍ରୟାସ ଆରମ୍ଭ କରିଥିଲେ, ସେସବୁର ଵି ଗୁରୁତ୍ୱ ଆଉ ନାହିଁ କିମ୍ବା ଲୋକେ ଵି ସେସବୁକୁ ବୃଥା ପ୍ରହସନ ବୋଲି ଠଉରାଇ ନେଇ ଆଉ ସେଥିପାଇଁ ସମୟ ନଷ୍ଟ କରୁନାହାନ୍ତି l ସବୁଠାରୁ ଦୁଃଖଦାୟକ କଥାଟି ହେଉଛି ଯେ ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଚରଣ ଦାସ ସ୍ପଷ୍ଟ ଭାବରେ ଗଣମାଧ୍ୟମକୁ କହିଛନ୍ତି ଯେ ‘ଲିକୁ ସାହୁ’ ନାମକ ଜଣେ ଲଘୁଖଣିଜ ତସ୍କର ସାଙ୍ଗରେ ଖୁବ ମିଳିମିଶି ଚଳୁଛନ୍ତି ଆମର ସରଳ, ନିରୀହ ଆଦିବାସୀ ମୁଖ୍ୟମନ୍ତ୍ରୀ l ଉପମୁଖ୍ୟମନ୍ତ୍ରୀ ରାଜା ସାହେବ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଲିକୁ ସାହୁଙ୍କ ପାଖରେ ଅତି ଉଲ୍ଲସିତ ଭାବରେ ବସା ଉଠା କରିବାର ଦେଖି ଭାଙ୍ଗି ପଡୁଛନ୍ତି ଅସଂଖ୍ୟ ଭଦ୍ର ଲୋକ l  ଭକ୍ତ ଦାସଙ୍କର ଏଭଳି ଅପମାନଜନକ ତଥା କଟୁ ମନ୍ତବ୍ୟ ଶୁଣିବା ପରେ ମଧ୍ୟ ସରକାରୀ ରାଜନେତା ମାନେ ସଂଯତ ବା ସଜାଗ ହେଉନାହାନ୍ତି ବା ମାନହାନି ମକଦମା କରୁ ନାହାନ୍ତି ବୋଲି ହତୋତ୍ସାହିତ ହେବା ସହ ଖୁବ କ୍ଷୋଭ ମଧ୍ୟ ପ୍ରକାଶ କରୁଛନ୍ତି ଓଡିଶାବାସୀ l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିକୁ ସାହୁଙ୍କ କଳା କାରବାର ବିଷୟରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ଘୋଷଣା କରନ୍ତୁ, ନଚେତ ତଦନ୍ତ କରାଇ ଲିକୁ ତସ୍କର ନୁହେଁ, ଜଣେ ଉଚ୍ଚକୋଟୀର ସନ୍ଥ-ସାଧୁ ବୋଲି ପ୍ରମାଣିତ କରନ୍ତୁ l ସରଳ, ନିରୀହ ଆଦିବାସୀ ବ୍ୟକ୍ତିମାନେ ଆଦୌ ମିଛ କୁହନ୍ତି ନାହିଁ କିମ୍ବା ବେଆଇନ କାମରେ ଲିପ୍ତଥିବା କୌଣସି ବ୍ୟକ୍ତିଙ୍କୁ ମୁଣ୍ଡରେ ବସାନ୍ତି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ l ମୁଖ୍ୟମନ୍ତ୍ରୀ ମାଝୀ ଏସବୁ କଥାର ସତ୍ୟତା ବଜାୟ ରଖନ୍ତୁ ଯେମିତିକି ଓଡିଶାବାସୀ ତାଙ୍କୁ ଭୁଲ ବୁଝିବେ ନାହିଁ l ତେବେ ଏସବୁ ପ୍ରସଙ୍ଗକୁ ଏଇଠି ରଖି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆହ୍ୱାନମୂଳକ ନିବେଦନ କରାଯାଉଛି ଯେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ତୁରନ୍ତ ଗରିବଙ୍କ ପାଇଁ ସମ୍ପୂର୍ଣ୍ଣ ଉପାଦେୟ କରିବା ହୁଅନ୍ତୁ, ନଚେତ ଲୋକେ ନବୀନ ସରକାରକୁ ଝୁରିବା ସହ ପଦ୍ମ ଦଳକୁ ବଦନାମ କରି ଶେଷକୁ ବିତାଡ଼ିତ କରିବାର ପ୍ରୟାସ ମଧ୍ୟ ଆରମ୍ଭ କରିଦେବେ l

What's Your Reaction?

like

dislike

love

funny

angry

sad

wow